ମାଲେସିଆ ମାଷ୍ଟର୍ସ କ୍ୱାର୍ଟରରେ ସିନ୍ଧୁ

କ୍ୱାର୍ଟର ଫାଇନଲରେ ସିନ୍ଧୁ ବିଶ୍ୱ ମାନ୍ୟତାର ଦ୍ୱିତୀୟ ଚାଇନିଜ ତାଇପେର ତାଇ ଜୁ ୟିଙ୍ଗଙ୍କ ସହ ମୁହାଁମୁହିଁ ହେବେ…

ନୂଆଦିଲ୍ଲୀ: ଦୁଇ ଥର ଅଲମ୍ପିକ୍‌ ବିଜୟିନୀ ପିଭି ସିନ୍ଧୁ ଏବଂ ଏଚଏସ ପ୍ରଣୟ ଯଥାକ୍ରମେ ମହିଳା ଓ ପୁରୁଷ ଏକକ ବର୍ଗରେ ନିଜ ନିଜର ବିଜୟ ଧାରା ଜାରି ରଖି ମାଲେସିଆ ମାଷ୍ଟର୍ସ ବ୍ୟାଡ ମିଣ୍ଟନ ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲରେ ସ୍ଥାନ ସୁରକ୍ଷିତ କରିନେଇଛନ୍ତି । ଦୁହେଁ ମଧ୍ୟ ସିଧାସଳଖ ଗେମରେ ବିଜୟୀ ହୋଇଥିଲେ । ମହିଳା ଏକକ ଦ୍ୱତୀୟ ରାଉଣ୍ଡରେ ମାତ୍ର ୨୮ ମିନିଟ ମୁକାବିଲା କରି ବିଶ୍ୱ ମାନ୍ୟତାର ୩୨ ଚୀନ ପ୍ରତିଦ୍ୱନ୍ଦ୍ୱୀ ଝାଙ୍ଗ ୟି ମାନଙ୍କୁ ୨୧-୧୨ ଓ ୨୧-୧୦ରେ ପରାସ୍ତ କରିଥିଲେ । କ୍ୱାର୍ଟର ଫାଇନଲରେ ସିନ୍ଧୁ ବିଶ୍ୱ ମାନ୍ୟତାର ଦ୍ୱିତୀୟ ଚାଇନିଜ ତାଇପେର ତାଇ ଜୁ ୟିଙ୍ଗଙ୍କ ସହ ମୁହାଁମୁହିଁ ହେବେ ।

ଏହି ପ୍ରତିଦ୍ୱନ୍ଦ୍ୱୀଙ୍କ ବିପକ୍ଷରେ ୨୧ ଥର ମୁହାଁମୁହିଁ ହୋଇଥିଲା ବେଳେ ସିନ୍ଧୁ ମାତ୍ର ୫ ଥର ଜିତିଛନ୍ତି । ଅନ୍ୟପକ୍ଷରେ ଭାରତୀୟ ପୁରୁଷ ତାରକା ପ୍ରଣୟ ଦ୍ୱିତୀୟ ରାଉଣ୍ଡରେ ଚାଇନିଜ ତାଇପେ ପ୍ରତିଦ୍ୱନ୍ଦ୍ୱୀ ୱାଙ୍ଗ ଜୁ ୱି’ଙ୍କୁ ୨୧-୧୯ ଓ ୨୧-୧୬ରେ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପହଞ୍ଚି ଯାଇଛନ୍ତି । ଅନ୍ୟତମ ଭାରତୀୟ ବି ସାଇ ପ୍ରଣୀତ ଏବଂ ପରୁପଲ୍ଲୀ କାଶ୍ୟପଙ୍କ ଅଭିଯାନ ଦ୍ୱିତୀୟ ରାଉଣ୍ଡରୁ ଶେଷ ହୋଇଯାଇଛି ।