ଆଇପିଏଲ ୨୦୨୦: ମ୍ୟାଚ୍ ସୂଚୀରେ ବିଳମ୍ବ କାହିଁକି?

ମୁମ୍ବାଇ: ଆସନ୍ତା ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ। ପୂର୍ବ ଯୋଜନା ମୁତାବକ ସମସ୍ତ ମ୍ୟାଚ୍ ଭାରତ ବଦଳରେ ୟୁଏଇରେ ଖେଳାଯିବ। ୮ଟି ଟିମର ଖେଳାଳି ଇତିମଧ୍ୟରେ ଦୁବାଇ ଓ ଆବୁଧାବି ହୋଟେଲରେ ପହଞ୍ଚି ସାରିଲେଣି। ହେଲେ ମ୍ୟାଚ୍ ସୂଚୀ ଜାରି କରିବା ନେଇ ବିସିସିଆଇ କାହିଁକି ବିଳମ୍ବ କରୁଛି ଏହାକୁ ନେଇ ପ୍ରଶ୍ନ ଉଠିଲାଣି।

IPL 2020 : 'No relaxation in IPL 2020 quarantine norms to England ...

କରୋନା ମହାମାରୀ ଏ ବର୍ଷ ଆଇପିଏଲ ପରିଚାଳକଙ୍କ ଚିନ୍ତା ବଢ଼ାଇଛି। ପ୍ରୋଟୋକଲ ମୁତାବକ ସମସ୍ତ ଖେଳାଳି ୟୁଏଇରେ ପହଞ୍ଚିବା ମାତ୍ରେ ୭ ଦିନ ସଙ୍ଗରୋଧରେ ରହିବେ। ପରେ ସେମାନଙ୍କର କୋଭିଡ଼ ଟେଷ୍ଟ କରାଯିବ। ଟେଷ୍ଟ ରିପୋର୍ଟ ତିନି ଥର ନେଗେଟିଭ୍ ଆସିବା ପରେ ଯାଇ ଖେଳାଳି ଅଭ୍ୟାସ ଲାଗି ମୈଦାନକୁ ଓହ୍ଲାଇବେ। ହେଲେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଖେଳାଳିଙ୍କ ପାଇଁ ଏହି ଗାଇଡ଼ଲାଇନ ଲାଗୁ ନେଇ ଅଡ଼ୁଆରେ ବିସିସିଆଇ।

ସୂଚନାଯୋଗ୍ୟ, ସେପ୍ଟେମ୍ବର ୧୬ ଯାଏଁ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିପାକ୍ଷିକ ଶୃଙ୍କଳା ରହିଛି। ଅର୍ଥାତ୍ ୧୭ ତାରିଖରେ ଉଭୟ ଦେଶର ଖେଳାଳି ୟୁଏଇରେ ପହଞ୍ଚିବେ। ତେବେ ସଙ୍ଗରୋଧ ନିୟମ ଏମାନଙ୍କ ପାଇଁ ଲାଗୁ ହେଲେ ପ୍ରାୟ ୧୯ ଜଣ ଖେଳାଳି ପ୍ରଥମ ସପ୍ତାହ ଆଇପିଏଲ ମ୍ୟାଚରେ ନଜର ଆସିବେନି। ତେଣୁ ଏ କ୍ଷେତ୍ରରେ ନିୟମ କୋହଳ କରିବା ନେଇ ବିସିସିଆଇ ଯୋଜନା କରୁଛି।

Shreyas Iyer, Shikhar Dhawan and other Delhi Capitals players ...

ଚଳିତ ସପ୍ତାହରେ ହିଁ ମ୍ୟାଚ୍ ସୂଚୀ ଆସିଯିବ ବୋଲି ଶୁଣାଯାଉଛି। ହେଲେ କୋଭିଡ଼ ନିୟମାବଳୀ ସବୁ କ୍ଷେତ୍ରରେ ପାଳନ ହୋଇପାରିବ ନାହିଁ ଏ କଥା ସ୍ପଷ୍ଟ ଦିଶିଲାଣି। କୌଣସି ଖେଳାଳି ପଜିଟିଭ୍ ଚିହ୍ନଟ ହେଲେ ମ୍ୟାଚ ଭୟଙ୍କର ଭାବେ ପ୍ରଭାବିତ ହେବାନେଇ ଆଶଙ୍କା ରହିଛି।