ମୁମ୍ବାଇ : ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡରଙ୍କ ସଂପର୍କ ଏବେ ଚେନ୍ନାଇ ପ୍ରାଞ୍ଚାଇଜ ସହ ଠିକ ଠାକ ନାହିଁ । ଜାଡେଜା ନିଜ ଇନଷ୍ଟା ଆକାଉଣ୍ଟରୁ ଚେନ୍ନାଇ ସୁପର କିଙ୍ଗସର ଆଇପିଏଲ ର ସମସ୍ତ ପୋଷ୍ଟକୁ ହଟେଇ ଦେଇଛନ୍ତି । ଯାହାକୁ ନେଇ ସେ ଚେନ୍ନାଇ ଟିମ ଛାଡିଥିବା ଚର୍ଚ୍ଚା ହେଉଛି । ଖବର ଅନୁଯାୟୀ, ଆଇପିଏଲ୍-୨୦୨୨ରେ ରବିଦ୍ର ଜାଡେଜାଙ୍କୁ ଚେନ୍ନାଇର ଅଧିନାୟକ ହୋଇଥିଲେ । କିନ୍ତୁ ଟିମ ତାଙ୍କ ନେତୃତ୍ୱରେ ଭଲ ପ୍ରଦର୍ଶନ କରିନଥିଲା । ୮ଟି ମ୍ୟାଚରୁ ୬ଟି ମ୍ୟାଚ ହାରିଥିଲା ଚେନ୍ନାଇ ଟିମ । ଏପିରିକି ଜାଡେଜା ନିଜେ ମଧ୍ୟ ଭଲ ପ୍ରଦର୍ଶନ କରିନଥିଲେ ।
ଶେଷରେ ଧୋନିଙ୍କୁ ବାକି ୨ଟି ମ୍ୟାଚରେ ଅଧିନାୟକ ସମ୍ଭାଳିବାକୁ ଦିଆଯାଇଥିଲା । ସେବେ ଠାରୁ ଚର୍ଚ୍ଚା ହେଉଥିଲା, ହୁଏତ ସିଏସ୍କେ ପ୍ରାଞ୍ଚାଇଜ ସହ ଜାଡେଜାଙ୍କ ସଂପର୍କ ହୁଏ ତ ଠିକ ଠାକ ନାହିଁ । ଏବେ ଜାଡେଜାଙ୍କ ଇନଷ୍ଟାଗ୍ରାମରୁ ଫଟୋ ହଠାଇବା ନିଷ୍ପତ୍ତି, ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି ।