ମାଲେସିଆ ମାଷ୍ଟର୍ସ କ୍ୱାର୍ଟରରେ ହାରିଲେ ସିନ୍ଧୁ

ମହିଳା ଏକକ କ୍ୱାର୍ଟର ଫାଇନାଲ ମୁକାବିଲାରେ ବିଶ୍ୱ ମାନ୍ୟତାର ଦ୍ୱିତୀୟ ତାଇ ଜୁ ୟିଙ୍ଗଙ୍କଠାରୁ ସପ୍ତମ ମାନ୍ୟତାପ୍ରାପ୍ତ ସିଦ୍ଧୁ…

ନୂଆଦିଲ୍ଲୀ : ଦୁଇ ଥର ଅଲମ୍ପିକ ବିଜୟିନୀ ପିଭି ସିନ୍ଧୁ ପୁଣିଥରେ କ୍ୱାର୍ଟର ଫାଇନାଲରେ ଝୁଣ୍ଟିଲେ । ଗତ ସପ୍ତାହରେ ମାଲେସିଆ ଓପନ କ୍ୱାର୍ଟର ଫାଇନାଲରେ ଯେଉଁ ପ୍ରତିଦ୍ୱନ୍ଦ୍ୱୀଙ୍କ ନିକଟରୁ ହାରିଥିଲେ, ମାଲେସିଆ ମାଷ୍ଟର୍ସ କ୍ୱାର୍ଟର ଫାଇନାଲରେ ମଧ୍ୟ ତାଙ୍କଠୁ ହାର ମାନିଛନ୍ତି ।

ମହିଳା ଏକକ କ୍ୱାର୍ଟର ଫାଇନାଲ ମୁକାବିଲାରେ ବିଶ୍ୱ ମାନ୍ୟତାର ଦ୍ୱିତୀୟ ତାଇ ଜୁ ୟିଙ୍ଗଙ୍କଠାରୁ ସପ୍ତମ ମାନ୍ୟତାପ୍ରାପ୍ତ ସିଦ୍ଧୁ ୧୩-୨୧, ୨୧-୧୨ ଓ ୧୨-୨୧ରେ ହାରି ୍‌?ଙ୍କଠାରୁ ସିନ୍ଧୁ ୧୭ ଥର ପାଇଁ ପରାଜୟ ସ୍ମୀକାର କରିଛନ୍ତି । ଏହା ପୂର୍ବରୁ ପରସ୍ପର ୨୧ ଥର ମୁହାଁମୁହିଁ ହୋଇଥିଲା ବେଳେ ସିନ୍ଧୁ ମାତ୍ର ୫ ଥର ଜିତିଥିଲେ ଏବଂ ୧୬ ଥର ହାରିଥିଲେ ।