ଲର୍ଡ୍ସ ଟେଷ୍ଟରେ ଜୋ ରୁଟ୍‌ଙ୍କ ରେକର୍ଡ

ଦଳ ପାଇଁ ଏହି ଟେଷ୍ଟର ହିରୋ ପୂର୍ବତନ ଅଧିନାୟକ ଜୋ ରୁଟ ଥିଲେ….

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ୩ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଇଂଲଣ୍ଡ ବିଜୟ ହାସଲ କରିଛି । ଲର୍ଡସ ଟେଷ୍ଟର ଚତୁର୍ଥ ଦିନରେ ଇଂଲଣ୍ଡ ନ୍ୟୁଜିଲାଣ୍ଡକୁ ୫ ଉଇକେଟରେ ପରାସ୍ତ କରିଛନ୍ତି । ପ୍ରଥମ ଇନିଂସରେ ଖରାପ ବ୍ୟାଟିଂ କରିବା ପରେ ଇଂଲଣ୍ଡ ଦଳ ଦ୍ୱିତୀୟ ଇନିଂସରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ୨୭୭ ରନର ଲକ୍ଷ୍ୟ ହାସଲ କରିଥିଲା । ଦଳ ପାଇଁ ଏହି ଟେଷ୍ଟର ହିରୋ ପୂର୍ବତନ ଅଧିନାୟକ ଜୋ ରୁଟ ଥିଲେ । ଦ୍ୱିତୀୟ ଇନିଂସରେ ରୁଟ ଅପରାଜିତ ୧୧୫ ରନ କରିଥିଲେ । ଟେଷ୍ଟ କ୍ୟାରିୟରର ୨୬ତମ ଶତକ ହାସଲ କରିବା ସହିତ ଜୋ ରୁଟ ୧୦ ହଜାର ରନ ପୂରଣ କରିଥିଲେ । ରୁଟ ମାତ୍ର ୧୫୭ ଦିନରେ ଏହି କୃତିତ୍ୱ ହାସଲ କରିଛନ୍ତି ।