ରାଜଧାନୀରେ ପୁଣି ଲାଗୁ ହେବକି ମାସ୍କ କଟକଣା!

ଆବଶ୍ୟକ ପଡ଼ିଲେ ଓଡ଼ିଶାରେ ପୁଣି ମାସ୍କ ବାଧ୍ୟତାମୂଳକ କରାଯିବ ବୋଲି ସେ କହିଛନ୍ତି…

ଭୁବନେଶ୍ୱର : ବିଭିନ୍ନ ରାଜ୍ୟରେ ଏବେ ପୁଣି ଥରେ କରୋନା ସଂକ୍ରମଣ ମୁଣ୍ଡ ଟେକିଛି । ମୁମ୍ବାଇରେ ପୁଣିଥରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ସେଠାକାର ସରକାର ପୁଣିଥରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି । ହେଲେ ଏପରି ସମୟରେ ଓଡ଼ିଶାରେ ସ୍ଥିତି ଉଦବେଗଜନକ ନ ଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡକ୍ଟର ବିଜୟ ମହାପାତ୍ର । ତେବେ ଆବଶ୍ୟକ ପଡ଼ିଲେ ଓଡ଼ିଶାରେ ପୁଣି ମାସ୍କ ବାଧ୍ୟତାମୂଳକ କରାଯିବ ବୋଲି ସେ କହିଛନ୍ତି । ଏହାଛଡ଼ା ଡକ୍ଟର ମହାପାତ୍ର କହିଛନ୍ତି ଯେ, ଓଡ଼ିଶାରେ ସ୍ଥିତି ଏବେ ଭଲ ଅଛି । ତେବେ ଭିଡ଼କୁ ଯାଉଥିଲେ ମାସ୍କ ପିନ୍ଧିବା ଓ କରୋନା ଲକ୍ଷଣ ଦେଖାଦେଲେ ଟେଷ୍ଟ କରିବା ସହ ଆଇସୋଲେସନରେ ରହିବାକୁ ସେ ପରାମର୍ଶ ଦେଇଛନ୍ତି ।