ରାଞ୍ଚି: ଗତ ଶୁକ୍ରବାର ଖେଳାଯାଇଥିବା ଭାରତ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍ ଅବସରରେ ଏକ ମାଇଲଖୁଣ୍ଟ ପ୍ରତିଷ୍ଠା କରିଛନ୍ତି ନ୍ୟୁଜିଲାଣ୍ଡ ଓପନର ମାର୍ଟିନ ଗପ୍ଟିଲ । ଏହି ମ୍ୟାଚ୍ରେ ସେ ୩୧ ରନ କରି ଟି-୨୦ରେ ସର୍ବାଧିକ ସ୍କୋରର ହୋଇଛନ୍ତି । ଏହାସହ ସେ ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ଟପି ଯାଇଛନ୍ତି ।
ଏହି ମ୍ୟାଚରେ ସେ ୧୫ ବଲରୁ ୩ ଚୌକା ଓ ୨ ଛକା ସହାୟତାରେ ୩୧ ରନ କରି ଆଉଟ୍ ହୋଇଥିଲେ । ଏହାସହ କୋହଲିଙ୍କ ରନ ସଂଖ୍ୟା ୩୨୨୭ ରହିଥିଲା ବେଳେ ଗପ୍ଟିଲଙ୍କ ରନ ସଂଖ୍ୟା ୩୨୪୮ରେ ପହଞ୍ଚିଛି । ତେବେ ଉଭୟଙ୍କୁ ପଛରେ ପକାଇ ଭାରତୀୟ ଅଧିନାୟକ ରୋହିତ ଶର୍ମା ୩୧୪୧ ରହିଛନ୍ତି ।