ଆମେରିକାର ମହାମୁକାବିଲା: ସମସ୍ତଙ୍କୁ ମିଳିବ ବୁଷ୍ଟର ଡୋଜ୍

ୱାସିଂଟନ: କୋଭିଡ-୧୯ ମାମଲାରେ ଆମେରିକାର ମହାମୁକାବିଲା । ଉଭୟ ଡୋଜ ନେଇସାରିଥିବା ନାଗରିକ ଏବେ ବୁଷ୍ଟର ଡୋଜ ନେଇପାରିବେ । ଏନେଇ ଖାଦ୍ୟ ଓ ଔଷଧ ପ୍ରଶାସନ ବା ଏଫଡିଏ ସବୁଜ ସଂକେତ ଦେଇଛନ୍ତି । ଫାଇଜର ବାୟୋଏନଟେକ ଓ ମଡର୍ଣ୍ଣାର ବୁଷ୍ଟର ଡୋଜ ନେବାକୁ ଅନୁମତି ଦେଇଛି ଏଫଡିଏ । ବର୍ତ୍ତମାନ ସୁଦ୍ଧା ଦେଶରେ ୬୫ ବର୍ଷ ବା ତାହାଠାରୁ ଅଧିକ ବୟସର ଲୋକଙ୍କ ଲାଗି ବୁଷ୍ଟର ଡୋଜ ନେବାକୁ ଅନୁମତି ଥିଲା । ଏହା ସହ ୧୮ ବର୍ଷ ବା ଅଧିକ ବୟସର ରୋଗୀ ଏହି ବୁଷ୍ଟର ଡୋଜ ନେଇପାରିବେ ବୋଲି ନିୟମ ରହିଥିଲା । ମାତ୍ର ନୂଆ ନିଷ୍ପତ୍ତି ଯୋଗୁ ଦେଶର ସମସ୍ତ ଲୋକ ଏବେ ବୁଷ୍ଟର ଡୋଜ ନେଇପାରିବେ ।

ଦେଶରେ କୋଭିଡକୁ ମୂଳପୋଛ କରିବା ଲାଗି ଏହି ଅଭିଯାନ ଆରମ୍ଭ ହେବ । ନୂଆ ନିୟମ ଅନୁସାରେ ଯେଉଁମାନେ ଫାଇଜର ବା ମଡର୍ଣ୍ଣାର ଦୁଇଟି ଡୋଜ ନେଇଥିବେ ସେମାନେ ଦ୍ୱିତୀୟ ଡୋଜର ୬ ମାସ ପରେ ବୁଷ୍ଟର ଡୋଜ ନେଇପାରିବେ । ସେହିପରି ଯେଉଁ ବ୍ୟକ୍ତି ଜନସନ ଆଣ୍ଡ ଜନସନ ଟିକା ନେଇଥିବେ ସେମାନେ ପ୍ରଥମ ଡୋଜର ୨ ମାସ ପରେ ଏହି ବୁଷ୍ଟର ଡୋଜ ନେଇପାରିବେ ।