ଟି-୨୦ ବିଶ୍ୱକପ୍ ଦେଖିବାକୁ ଭାରତ ଆସିବା ପାଇଁ ମେସିଙ୍କୁ ନିମନ୍ତ୍ରଣ
ଆର୍ଜେଣ୍ଟିନାର ଷ୍ଟାର ଫୁଟବଲ୍ ଖେଳାଳି ଲିଓନେଲ୍ …
ନୂଆଦିଲ୍ଲୀ : ଆର୍ଜେଣ୍ଟିନାର ଷ୍ଟାର ଫୁଟବଲ୍ ଖେଳାଳି ଲିଓନେଲ୍ ମେସି ତାଙ୍କ ଖସକ୍ଟଦ୍ଭରକ୍ଷ ଗରଗ୍ଦଗ୍ଦସ ଏଙଇଞ ଓଦ୍ଭୟସବ ଞକ୍ଟଙ୍କକ୍ସ ୨୦୨୫ର ତୃତୀୟ ଦିନରେ ଦିଲ୍ଲୀରେ ପହଞ୍ଚିଛନ୍ତି। ଏହି କାର୍ଯ୍ୟକ୍ରମ ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଆୟୋଜିତ ହୋଇଥିଲା। ଆଇସିସି ଅଧ୍ୟକ୍ଷ ଜୟ ଶାହ, ଡିଡିସିଏ ଅଧ୍ୟକ୍ଷ ରୋହନ ଜେଟଲି ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଅରୁଣ ଜେଟଲି ଷ୍ଟାଡିୟମରେ ମେସିଙ୍କୁ ଭେଟିବା ପାଇଁ ପହଞ୍ଚିଥିଲେ। ଏହି କାର୍ଯ୍ୟକ୍ରମରେ ଜୟ ଶାହ ମେସି, ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏବଂ ରୋହନ ଜେଟଲିଙ୍କୁ ଭାରତୀୟ କ୍ରିକେଟ୍ ଦଳର ଜର୍ସି ପ୍ରଦାନ କରିଥିଲେ। ପୁଣି ରୋଚକ କଥା ହେଉଛି ଏହି ଜର୍ସିରେ ମେସି ଲେଖାଅଛି । ଏହା ସହିତ ଜୟ ଶାହ ସାଂକେତିକଭାବେ ଟି-୨୦ ବିଶ୍ୱକପର ଏକ ଟିକେଟ୍ ପ୍ରଦାନ କରି ମେସିଙ୍କୁ ଭାରତ ଆସିବାକୁ ଆମନ୍ତ୍ରଣ କରିଛନ୍ତି । ଏହି କାର୍ଯ୍ୟକ୍ରମ ପରେ, ମେସି କହିଥିଲେ, “ମୁଁ ଆଜିକାଲି ଭାରତରେ ପାଇଥିବା ପ୍ରେମ ଏବଂ ସ୍ନେହ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି। ଏହା ଆମ ପାଇଁ ପ୍ରକୃତରେ ଏକ ସୁନ୍ଦର ଅଭିଜ୍ଞତା ଥିଲା।” ସେ ଆହୁରି ମଧ୍ୟ କହିଥିଲେ, “ଆମେ ଏହି ସମସ୍ତ ପ୍ରେମକୁ ଆମ ସହିତ ନେଇଯାଉଛୁ। ଆମେ ନିଶ୍ଚିତ ଭାବରେ ଫେରିବୁ। ଆଶା କରୁଛି, ଗୋଟିଏ ଦିନ, ଏକ ମ୍ୟାଚ୍ ଖେଳିବା ପାଇଁ କିମ୍ବା ଅନ୍ୟ କୌଣସି ଅବସର ପାଇଁ, କିନ୍ତୁ ଆମେ ନିଶ୍ଚିତ ଭାବରେ ଭାରତ ପରିଦର୍ଶନ କରିବାକୁ ଫେରିବୁ।” କାର୍ଯ୍ୟକ୍ରମ ପରେ, ସେ ଅରୁଣ ଜେଟଲି ଷ୍ଟାଡିୟମ ଛାଡିଥିଲେ।