ମୋହନ ସରକାରଙ୍କୁ ଲାଜ ନାହିଁ: ମାସକ ଭିତରେ ଭୁବନେଶ୍ୱରରେ ୨୦ ଫୁଟବଲ ମଇଦାନ
ମୋହନ ସରକାରଙ୍କୁ ଲାଜ ନାହିଁ, ମାସକ ଭିତରେ ଭୁବନେଶ୍ୱରରେ ୨୦ଟି ଫୁଟବଲ ମଇଦାନ ତିଆରି କରାଯିବ । ସିଙ୍ଗାପୁର ସରକାରଙ୍କ ହାତରେ ତିଆରି କରିବେ ନୂଆ ଭୁବନେଶ୍ୱର ।
ବିଡିଏ ଅଫିସର ତଳଠୁ ଉପର ଅଧିକାରୀମାନେ ବସି ବସି ଦରମା ପାଇବେ । ୟା’ଠାରୁ ବଳି ଖୁସି ଖବର ଆଉ ଅଛି!
ଫୁଟବଲ ଫୁଟବଲ ଫୁଟବଲ । ରାଜଧାନୀର ପିଲାମାନେ ପାଠ ଛାଡ଼ି କେବଳ ଫୁଟବଲ ଖେଳିବେ । ବିଶେଷ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କର ପ୍ରିୟ କର୍ମଭୂମି ସରସ୍ୱତୀ ଶିଶୁ ମନ୍ଦିର ପୁଅଝିଅମାନେ ବହି ବସ୍ତାନୀରେ ଡୋରି ବାନ୍ଧି ପଡ଼ିଆକୁ ଯିବେ ।
ଦେଶ ପାଇଁ ଖାଲି ସୁନା ପଦକ ସାଉଁଟି ଆଣିବେ ।
ସରକାରଙ୍କ ପକ୍ଷରୁ ଦିଆଯାଉଥିବା ପୁଷ୍ଟିକର ଖାଦ୍ୟ ଖାଇ ଜଣେ ଜଣେ ଫୁଟବଲ ଖେଳାଳି ହେବେ । ଗୋଟିଏ ମାସ ଭିତରେ ଭୁବନେଶ୍ୱରରେ ୨୦ଟି ଫୁଟବଲ ମଇଦାନ ତିଆରି କରିବେ ସରକାର ।
ଏ କଥା କହିଛନ୍ତି ରାଜ୍ୟ ଗୃହ ଓ ନଗର ଊନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର । ସୋମବାର ଦିନ କଳିଙ୍ଗ ବିହାର କେ-୯ବି ଅଂଚଳରେ ଏକ ଫୁଟବଲ ମଇଦାନ ଶୁଭ ଦିଆଯାଇଛି ।
କଳିଙ୍ଗ ବିହାର ଫୁଟବଲ ମଇଦାନ ତିଆରି ପାଇଁ ରାଜକୋଷରୁ ସାଢ଼େ ୫ କୋଟି ଟଙ୍କା ବ୍ୟୟ କରାଯିବ ।
ବିଡିଏର ୪୩ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ମନ୍ତ୍ରୀ କହିଛନ୍ତି, ପ୍ରାୟ ୮୦୦ ଏକର ଜମି ଉପରେ ଗଢ଼ି ଉଠିବ ନୂଆ ଭୁବନେଶ୍ୱର ।
ଭୁବନେଶ୍ୱର ଉପକଣ୍ଠରେ ଅବସ୍ଥିତ ମଳିପଡ଼ା, ଦାଶପୁର, ଅନ୍ଧାରୁଆ ଓ ଗୋଠପାଟଣାକୁ ନୂଆ ରୂପ ଦିଆଯିବ । ଓଡ଼ିଶା କଥା ଛାଡ଼ନ୍ତୁ, ନୂଆ ଭୁବନେଶ୍ୱର ଗଠନ କରିବା ପାଇଁ ସାରା ଭାରତରେ ଗୋଟିଏ ହେଲେ ସରକାରୀ କି ବେସରକାରୀ ସଂସ୍ଥା ମିଳିଲାନି ।
ବିଜେପି ସରକାରଙ୍କ ସ୍ୱଦେଶୀ ଚିନ୍ତାଧାରା ଭିତରକୁ ଆମନ୍ତ୍ରଣ କରାଯାଇଛି ସିଙ୍ଗାପୁର ସରକାରଙ୍କୁ । ସିଙ୍ଗାପୁର ସରକାରଙ୍କ ହାତରେ ନୂଆ ଭୁବନେଶ୍ୱର ଗଢ଼ାଇ ମୋହନ ମାଝି ସରକାର ରାଜ୍ୟବାସୀଙ୍କ ହୃଦୟରେ ବସିବ ।
ଦୁଇମାସ ଭିତରେ ରାଜ୍ୟ ସରକାରଙ୍କୁ ମିଳିଯିବ ନୂଆ ଭୁବନେଶ୍ୱର ନକ୍ସା ।