ଅନ୍ତର୍ଜାତୀୟ କ୍ରିକେଟରୁ ଅଲବିଦା କଲେ ମୋର୍ଗାନ

ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କଲେ ଇଂଲଣ୍ଡର ସୀମିତ ଓଭର..

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କଲେ ଇଂଲଣ୍ଡର ସୀମିତ ଓଭର କ୍ରିକେଟ ଦଳର ଅଧିନାୟକ ଇଅନ ମୋର୍ଗାନ । ୩୫ ବର୍ଷୀୟ ମୋର୍ଗାନ ଇଂଲଣ୍ଡର ସବୁଠୁ ଅଧିକ ରନ କରିଥିବା ଖେଳାଳି ସହ ଦିନିକିଆ କ୍ରିକେଟରେ ଦଳର ସବୁଠୁ ସଫଳ ଅଧିନାୟକ ।

ମୋର୍ଗାନ ଇଂଲଣ୍ଡ ପାଇଁ ୨୨୫ ଦିନିକିଆରେ ୧୩ ଶତକ ସହ ୬୯୫୭ ରନ କରିଛନ୍ତି । ମୋର୍ଗାନ ୨୪୮ ଦିନିକିଆ ସହ ୭୭୦୧ ରନ କରିଛନ୍ତି । ଏଥିରେ ୧୪ ଶତକ ସାମିଲ । ସେ ୧୨୬ଟି ଦିନିକିଆରେ ଇଂଲଣ୍ଡର ନେତୃତ୍ୱ ନେଇଛନ୍ତି । ତାଙ୍କ ଅଧିନାୟକତ୍ୱରେ ଇଂଲଣ୍ଡ ୨୦୧୯ରେ ନିଜର କ୍ରିକେଟ ଇତିହାସରେ ପ୍ରଥମ ବିଶ୍ୱ କପ ଜିତିବାରେ ସଫଳ ହୋଇଥିଲା । ମୋର୍ଗାନ ୧୨୬ ଦିନିକିଆ ଏବଂ ୭୨ଟି ଟି-୨୦ ଅନ୍ତର୍ଜାତୀୟରେ ଅଧିନାୟକତ୍ୱ କରିଛନ୍ତି । ସେ ଅନ୍ତର୍ଜାତୀୟ କ୍ରିକେଟରେ ସବୁଠୁ ସଫଳ ଟି-୨୦ ଅଧିନାୟକ । ତାଙ୍କ ନେତୃତ୍ୱରେ ଦଳ ୭୨ଟି ମୁକାବିଲାରୁ ୪୨ଟି ଜିତିଛି । ମୋର୍ଗାନ ଗତ କିଛି ସମୟ ଧରି ଖରାପ ଫର୍ମ ଦେଇ ଗତି କରୁଥିଲେ । ନିଜର ଗତ ୨୮ ଅନ୍ତର୍ଜାତୀୟ ମ୍ୟାଚରେ ମାତ୍ର ଦୁଇଟି ଅର୍ଦ୍ଧଶତକ ହାସଲ କରିଥିଲେ । ତାଙ୍କ ସ୍ଥାନରେ ଜୋସ ବଟଲରଙ୍କୁ ଦିନିକିଆ ଏବଂ ଟି-୨୦ ଦଳର ଅଧିନାୟକ କରାଯାଇପାରେ ।