ସମ୍ବିଧାନରେ ପରିବର୍ତ୍ତନ କରିବ ମୁମ୍ବାଇ କ୍ରିକେଟ ଆସୋସିଏସନ
ମୁମ୍ବାଇ କ୍ରିକେଟ ଆସୋସିଏସନ ନିଜର ସମ୍ବିଧାନରେ ପରିବର୍ତ୍ତନ ନେଇ ପ୍ରସ୍ତୁତି…
ମୁମ୍ବାଇ: ମୁମ୍ବାଇ କ୍ରିକେଟ ଆସୋସିଏସନ ନିଜର ସମ୍ବିଧାନରେ ପରିବର୍ତ୍ତନ ନେଇ ପ୍ରସ୍ତୁତି ଆରମ୍ଭ କରିଛି । ଯେଉଁଥିରେ ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକର, ସୁନୀଲ ଗାଭାସ୍କରଙ୍କ ଭଳି ବରିଷ୍ଠ ଖେଳାଳିଙ୍କଠୁ ଭୋଟିଂ ଅଧିକାର ହନନ ମଧ୍ୟ ସାମିଲ ଅଛି । ରିପୋର୍ଟ ଅନୁସାରେ, ଏମସିଏ ଜୁଲାଇ ୨୯ରେ ସାଧାରଣ ପରିଷଦ ବୈଠକ ଡାକିଛି । ଏଥିରେ ସମ୍ବିଧାନ ପରିବର୍ତ୍ତନ ପ୍ରସ୍ତାବ ଆଗର କରାଯାଇପାରେ । ଯଦି ମୁମ୍ବାଇ କ୍ରିକେଟ ଆସୋସିଏସନର ଏହି ପ୍ରସ୍ତାବ ଉପରେ ମୋହର ଲଗାଏ ତେବେ ଅନେକ ବରିଷ୍ଠ କ୍ରିକେଟର ଭୋଟିଂ ଅଧିକାର ହରାଇବେ ।
ଏଥିରେ ସଚିନ ତେନ୍ଦୁଲକର, ସୁନୀଲ ଗାଭାସ୍କର, ଦୀଲିପ ଭେଙ୍ଗସରକାରଙ୍କ ଭଳି ଖେଳାଳି ଅଛନ୍ତି । ସୂଚନାଯୋଗ୍ୟ, ସବୁ ରାଜ୍ୟର କ୍ରିକେଟ ଆସୋସିଏସନ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସମ୍ବିଧାନରେ ପରିବର୍ତ୍ତନ କରିବେ । ସୁପ୍ରିମକୋର୍ଟ ଏଥିପାଇଁ ଲୋଧା କମିଟି ଗଠନ କରିଥିଲେ । ଯେଉଁଥିରେ ଅନେକ ନିୟମ ଉପରେ ରୋକ୍ ଲାଗିବା ନେଇ ପରାମର୍ଶ ଦିଆଯାଇଥିଲା ।