ମୁନିଗୁଡା: ମୁନିଗୁଡାର ଭୈରବୀ ମନ୍ଦିର ନିକଟସ୍ଥ ଖେଳ ପଡିଆରେ ଠାରେ ମୁନିଗୁଡା କ୍ରିକେଟ ଲିଗ ସିଜନ-୧ ଟେନିସବୋଲ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ ହୋଇଯାଇଛି । ମୁନିଗୁଡା କ୍ରିକେଟ ଲିଗ କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଟୁର୍ନାମେଣ୍ଟରେ କମିଟିର ସ୍ୱାଗତସ୍ୱମ୍ୟ ଲେଙ୍କା ଓ କବିରାଜ ବୋନଛୋରଙ୍କ ମିଳିତ ସଂଯୋଜନାରେ ପ୍ରାତରେ ମାଁ ଗ୍ରାମଦେବୀ ଠାକୁରାଣୀ ମନ୍ଦିର ପରିସରରୁ ମଶାଲକୁ ପୂଜାର୍ଚ୍ଚନା କରିବା ସହ ମଶାଲ ଯାତ୍ରା ବାହାର କରି ସହର ପରିକ୍ରମା କରିଥିଲେ,ଖେଳ ପଡିଆ ଠାରେ ଅତିଥିଭାବେ ସ୍ପନଶର ମାଁ ଗାୟତ୍ରୀ କଲେକ୍ସନ ମାଲିକ ଶ୍ରୀକାନ୍ତ ପ୍ରଧାନ, ବ୍ଲକ ବିଜେଡି ସଭାପତି ରତନଲାଲ ଜୈନ, ଜିଲ୍ଲା କ୍ରିକେଟ ଆସୋସିଏସନର ସଦସ୍ୟ ଚତୃଭୁଜ ବନଛୋର,ମୁନିଗୁଡା କ୍ରିକେଟ ଆସୋସିଏସନର ସଭାପତି ତଥା ପ୍ରେସ କ୍ଳବର ସମ୍ପାଦକ ନନ୍ଦ କିଶୋର ପଟ୍ଟନାୟକ, ସମ୍ପାଦକ ବାଳକୃଷ୍ଣ ରଥ,ଚେୟାରମେନ ଘନଶ୍ୟାମ ମାର୍ଥା,ଜି.କୁମାର ରାଜୁ,ମୁନିଗୁଡା କ୍ରିକେଟ ଲିଗର ଉପଦେଷ୍ଟା ଅନିଲ ତାରିଣୀ, ଅଜିତ ଗୌଡ଼,ସଭାପତି ଅଜୟ ଶବର, ଜୀବନ କୁମାର, ପ୍ରଶାନ୍ତ ମାଦଳା ପ୍ରମୁଖଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ମାନେ ଉପସ୍ଥିତ ରହି ମଶାଲକୁ ସ୍ୱାଗତ କରିବା ପରେ ଟୁର୍ନାମେଣ୍ଟକୁ ଉଦଘାଟନ କରିଥିଲେ । ଉଦଘାଟନ ମେଚରେ ମୁନିଗୁଡାର ଏମସି ରୋୟାଲ ଦଳ ଓ ରୋୟାଲ ରେଞ୍ଜର୍ସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏମସି ରୋୟାଲ ଦଳ ଟଚ ଜିତି ପ୍ରଥମେ ବେଟିଙ୍ଗ କରି ନିର୍ଦ୍ଧାରିତ ୧୨ ଓଭରରେ ୧୫୪ ରନ କରିଥିଲେ ଦଳ ତରଫରୁ ବ୍ୟକ୍ତିଗତ ଭାବେ ଦଳର ମଣ୍ଟୁ ୪୨ ରନ କରି ଦୁଇଟି ଉଇକେଟ ମଧ୍ୟ ନେଇଥିଲେ କ୍ ଏହି ରନକୁ ପିଛା କରି ରୋୟାଲ ରେଞ୍ଜର୍ସ ଦଳ ୮୧ ରନ କରି ମେଚରେ ପରାଜୟ ହୋଇଥିଲା ।
ମେନ ଅଫ ଦି ମେଚ ଭାବେ ଏମସି ରୋୟାଲ ଦଳର ମଣ୍ଟୁଙ୍କୁ ଚୟନ କରାଯାଇଥିଲା । ଆଜିର ଉଦଘାଟନୀ ମେଚକୁ ଅମ୍ପାୟାର ଭାବେ ତୁଫାନ ମାଝୀ ଓ ଅନିଲ ସେଠୀ ପରିଚାଳନା କରିଥିଲେ । ଏହି କ୍ରିକେଟ ଲିଗ ଟୁର୍ନାମେଣ୍ଟ ୧୨ ଦିନ ଧରି ଚାଲିବା ସହ ଏଥିରେ ଏମସି ରୟାଲ, ପାଇକସାହି ଇଗଲ,ଆରଏସ-୧୧,ନରେଶ ସ୍ପୋର୍ଟ,ରୟାଲ ରେଞ୍ଜର,ଅରେଞ୍ଜ ହଣ୍ଟର ପ୍ରମୁଖ ୬ ଟି ଟିମ ଭାଗ ନେଇଥିବା ବେଳେ ଗୋଟିଏ ଟିମ ୫ଟି ଲେଖାଏଁ ମେଚ ଖେଳିବ । ଏହି କ୍ରିକେଟ ଲିଗ ଟୁର୍ନାମେଣ୍ଟଟି ଆସନ୍ତା ୧୪ ତାରିଖ ଦିନ ଫାଇନାଲ ମେଚ ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ଉକ୍ତ ଲିଗ ଟୁର୍ନାମେଣ୍ଟକୁ ମୁନିଗୁଡା କ୍ରିକେଟ ଲିଗ କମିଟିର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି ପରିଚାଳନା ଓ ସହଯୋଗ କରୁଛନ୍ତି।