ମୁଶିରଙ୍କ କରିସ୍ମା: ଧୋନୀଙ୍କ ଭଳି ମାରିଲେ ହେଲିକପ୍ଟର ସଟ୍‌

ନୂଆଦିଲ୍ଲୀ: ଆରମ୍ଭ ହୋଇଛି ଆଇସିସି ଅଣ୍ଡର-୧୯ ବିଶ୍ୱକପ୍‌ ୨୦୨୪ । ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ସୁପର ସିକ୍ସ ମୁକାବିଲା ଚାଲିଥିଲା । ଟିମ୍‌ ଇଣ୍ଡିଆର ଉଦୀୟମାନ ବ୍ୟାଟ୍ସମ୍ୟାନ୍‌ ମୁଶିର ଖାନ ତାଙ୍କର କରିସ୍ମା ଦେଖାଇବାର ସୁଯୋଗକୁ ହାତଛଡ଼ା କରିନାହାନ୍ତି ।

ମୁଶିର ନ୍ୟୁଜିଲାଣ୍ଡ ବୋଲରଙ୍କୁ ଭଲ କରି ଧୁଲେଇ କରିଛନ୍ତି । ୧୨୬ଟି ବଲରୁ ୧୩ଟି ଚୌକା ଓ ତିନୋଟି ଛକା ବଳରେ ମୁଶିର ୧୩୧ ରନ୍‌ ସଂଗ୍ରହ କରିଛନ୍ତି ।   ମୁଶିର ମାରିଥିବା ତିନୋଟି ଛକା ଭିତରୁ ଗୋଟିଏ ଛକା ହେଲିକପ୍ଟର ସଟ୍‌ ଥିଲା । ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ହେଲିକପ୍ଟର ସଟ୍‌ ମାରିବାରେ ଧୁରନ୍ଧର । ମୁଶିରଙ୍କ ହେଲିକପ୍ଟର ସଟ୍‌ ଦେଖି କ୍ରିକେଟ୍‌ ପ୍ରେମୀଙ୍କ ମନ ନାଚି ଯାଇଥିଲା ।