ବିଜେଡିର ତିନିଜଣ ଯିବେ ରାଜ୍ୟସଭା

ଭୁବନେଶ୍ୱର: ରାଜ୍ୟସଭାରୁ ତିନୋଟି ଆସନ ଖାଲି ହେବାକୁ ଯାଉଛି । ପ୍ରଶାନ୍ତ ନନ୍ଦ, ଅମର ପଟ୍ଟନାୟକ ଓ ଅଶ୍ୱିନୀ ବୈଷ୍ଣବଙ୍କ ରାଜ୍ୟସଭା ଅବଧି ଏପ୍ରିଲରେ ଶେଷ ହେଉଛି । ତା’ ପୂର୍ବରୁ ତିନି ଜଣ ମହା ଭାଗ୍ୟଶାଳୀ ନେତାଙ୍କ ଚୟନ ସାରିବା ପାଇଁ ନିର୍ବାଚନ କମିଶନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି ।

ସୂଚନା ମୁତାବକ ଫେବ୍ରୁଆରୀ ୮ ତାରିଖରେ ନିର୍ବାଚନ ବିଜ୍ଞାପନ ପ୍ରକାଶ ପାଇବ । ଫେବ୍ରୁଆରୀ ୧୫ ତାରିଖ ଭିତରେ ନାମାଙ୍କନ ପତ୍ର ଦାଖଲ କରାଯିବ । ଫେବ୍ରୁଆରୀ ୧୬ ତାରିଖରେ ନାମାଙ୍କନ ପତ୍ର ଯାଂଚ କରାଯିବ । ଫେବ୍ରୁଆରୀ ୨୦ ତାରିଖ ସୁଦ୍ଧା ନାମାଙ୍କନ ପ୍ରତ୍ୟାହାର କରାଯିବ । ଫେବ୍ରୁଆରୀ ୨୭ ତାରିଖରେ ମତଦାନ ଗ୍ରହଣ କରାଯିବ ।

ରାଜ୍ୟ ବିଧାନସଭାରେ ବିଜେଡି ସଭ୍ୟଙ୍କ ସଂଖ୍ୟା ଅଧିକ ଥିବାରୁ ସେହି ଦଳ ପକ୍ଷରୁ ତିନିଜଣ ନେତା ରାଜ୍ୟସଭାକୁ ଯିବାର ସମ୍ଭାବନା ଜଳଜଳ ଦିଶୁଛି ।