ରାଷ୍ଟ୍ରଗୋଷ୍ଠୀ କ୍ରୀଡ଼ା: ଭାରତର ପଦକ ଅଭିଯାନ ଆରମ୍ଭ ରୌପ୍ୟ ଜିତିଲେ ଭାରୋତ୍ତୋଳକ ସାଗର ମହାଦେବ

ଇଂଲଣ୍ଡର ବର୍ମିଧାମରେ ଚାଲିଥିବା ୨୨ତମ ରାଷ୍ଟ୍ରଗୋଷ୍ଠୀ କ୍ରୀଡ଼ା…

ନୂଆଦିଲ୍ଲୀ: ଇଂଲଣ୍ଡର ବର୍ମିଧାମରେ ଚାଲିଥିବା ୨୨ତମ ରାଷ୍ଟ୍ରଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାର ଦ୍ୱିତୀୟ ଦିନ(୩୦ ଜୁଲାଇ) ଭାରତ ରୌପ୍ୟ ପଦକରୁ ଖାତା ଖୋଲିଛି । ପୁରୁଷ ଭାରୋତ୍ତୋଳନ ବର୍ଗରେ ଭାରତର ସଙ୍କେତ ସାଗର ମହାଦେବ ରୌପ୍ୟ ପଦକ ପାଇ ଦେଶକୁ ଗୌରବାନ୍ୱିତ କରିଛନ୍ତି । ସେ ୫୫ କିଗ୍ରା ଇଭେଂଟର ଫାଇନାଲରେ ପୁରା ଦମ୍‌ ଲଗାଇ ପ୍ରାୟ ୨୨୮ କିଗ୍ରା ଭାର ଉଠାଇଥିଲେ ।
ମହାରାଷ୍ଟ୍ରର ସାଙ୍ଗଲି ନିବାସୀ ମହାଦେବ ପ୍ରଥମ ରାଉଣ୍ଡରେ ୧୧୩ କିଗ୍ରା ଓ ଦ୍ୱିତୀୟ ରାଉଣ୍ଡରେ ୧୧୫ କିଗ୍ରା ଭାର ଉଠାଇବାକୁ ସକ୍ଷମ ହୋଇଥିଲେ । ଗତବର୍ଷ ତାସକେଂଟଠାରେ ଅନୁଷ୍ଠିତ ଚାମ୍ପିଅନ୍‌ସିପ୍‌ର ୫୫ କିଗ୍ରା ବର୍ଗରେ ଯୋଗ ଦେଇ ମହାଦେବ ପ୍ରାୟ ୧୧୩ କିଗ୍ରା ଭାର ଉଠାଇ ସ୍ୱର୍ଣ୍ଣ ପଦକ ଲାଭ କରିଥିଲେ ।