ମୋବାଇଲକୁ ଚାର୍ଜିଂରେ ବସାଇ ଶୋଇଗଲେ, ସକାଳୁ ମିଳିଲା ଯୁବତୀଙ୍କ ପ୍ରାଣହୀନ ଶରୀର

ନୂଆଦିଲ୍ଲୀ: ରାତିରେ ମୋବାଇଲକୁ ଚାର୍ଜିଂରେ ବସାଇ ଗାଧୁଆ ଘରକୁ ଯାଇଥିଲେ ଯୁବତୀ । ଗାଧୁଆ ଘରୁ ବାହାରି ଶେଯରେ ଗଡୁଥିଲେ । ସକାଳୁ ଦେଖିଲା ବେଳକୁ ତାଙ୍କର ପ୍ରାଣବାୟୁ ଚାଲିଯାଇଛି । ମୋବାଇଲକୁ ସତର୍କତାର ସହ ଚାର୍ଜିଂରେ ବସାଇ ନଥିବାରୁ ବିଦ୍ୟୁତ କରେଂଟ ଖାଇ ଯୁବତୀଜଣକ ପ୍ରାଣ ହରାଇଥିଲେ । ଘଟଣାଟି କାମ୍ବୋଡ଼ିଆର କ୍ରେଟି ଅଂଚଳରେ ଘଟିଛି । ଯୁବତୀଙ୍କର ବେପରୁଆ ମୋବାଇଲ ଚାର୍ଜିଂକୁ ଦାୟୀ କରି ସୋସିଆଲ ମିଡିଆରେ ବହୁ ପ୍ରତିକ୍ରିୟା ପ୍ରକାଶ ପାଇଛି । ମୃତ ଯୁବତୀଙ୍କର ନାମ ଖୋର୍ନ ସେରେ । ସେ ଗୋଟିଏ ସୁନାଖଣି କମ୍ପାନୀରେ ଚାକିରି କରୁଥିଲେ । ଶୁଣିବାକୁ ମିଳୁଛି, ଯୁବତୀଜଣକ ଡ୍ୟୁଟିରୁ ଫେରି ମୋବାଇଲକୁ ଚାର୍ଜିଂରେ ବସାଇ ବାଥ୍‌ ରୁମ୍‌କୁ ଚାଲିଗଲେ । ବାଥ୍‌ରୁମରୁ ଆସି ଶେଯ ଉପରେ ବିଶ୍ରାମ କରୁଥିଲେ । ବିଶ୍ରାମ କରୁକରୁ ଶୋଇପଡ଼ିଥିଲେ । ଦୈବାତ୍‌ କ୍ରମେ ସେ କଡ଼ ଲେଉଟାଇବା ଫଳରେ ମୋବାଇଲଟି ତାଙ୍କ କରତଳେ ରହି ଯାଇଥିଲା । ଶୋଇଥିବା ଅବସ୍ଥାରେ ତାଙ୍କୁ ବିଦ୍ୟୁତ୍‌ ଝଟ୍‌କା ଲାଗିଥିଲା ।