ମୁଁ ସାଧାରଣ ନାରୀ, ମେସିନ୍‌ ନୁହେଁ: ଅଭିନେତ୍ରୀ କରୀନା

ତୃତୀୟ ଥର ଗର୍ଭବତୀ ହୋଇଥିବା ସମ୍ପର୍କରେ ଉଡ଼ା…

ମୁମ୍ବାଇ: ତୃତୀୟ ଥର ଗର୍ଭବତୀ ହୋଇଥିବା ସମ୍ପର୍କରେ ଉଡ଼ା ଖବର ଶୁଣିବା ପରେ ଅଭିନେତ୍ରୀ କରୀନା କପୁର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ସେ ମେସିନ୍‌ ନୁହନ୍ତି । କଥା କ’ଣ କି, କିଛିଦିନ ତଳେ ଗଣମାଧ୍ୟମରେ କରୀନାଙ୍କର ଗୋଟିଏ ଫଟୋ ପ୍ରକାଶ ପାଇଥିଲା । ଉକ୍ତ ଫଟୋରେ କରୀନା ତାଙ୍କର ଜଣେ ସାଙ୍ଗ ଓ ସ୍ୱାମୀ ସୈଫ ଅଲ୍ଲୀ ଖାନଙ୍କ ସହ ପୋଜ ଦେଇଥିଲେ । ଫଟୋରେ କରୀନାଙ୍କ ପେଟକୁ ଦେଖି କିଛି ଲୋକଙ୍କ ମନରେ ଭ୍ରମ ସୃଷ୍ଟି ହେଲା ଯେ କରୀନା ପୁଣି ମା’ ହୋଇଛନ୍ତି । ଏପରିକି କିଛି ଲୋକ ସୋସିଆଲ ମିଡିଆରେ ପ୍ରତିକ୍ରିୟା ପ୍ରକାଶ କରିଥିଲେ ।

ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କରୀନା କହିଛନ୍ତି, ଜଣେ ମହିଳାଙ୍କ ଶାରିରୀକ ପରିବର୍ତନ ଘଟିବାର ଦେଖି ଲୋକଙ୍କ ମନରେ ନାନା ଭ୍ରମ ସୃଷ୍ଟି ହୁଏ ଯାହା ମୋ କ୍ଷେତ୍ରରେ ଘଟିଛି । ଗଣମାଧ୍ୟମରେ ପ୍ରସାରିତ ହୋଇଥିବା ଫଟୋରେ ମୋ ପେଟଟି ଅନେକଙ୍କ ମନରେ ନାନା ଭ୍ରମ ସୃଷ୍ଟି କରିଛି । ଅବଶ୍ୟ କିଛିଦିନ ଧରି ମୁଁ ମୋ ଶରୀର ପ୍ରତି ନିଘା ରଖିନାହିଁ । ମନଫୁର୍ତ୍ତି କରିବାକୁ ଯାଇ ବାହାରେ ଯଥେଷ୍ଟ ପରିମାଣର ମଦ୍ୟପାନ ଓ ପାସ୍ତା, ପିଜା ପ୍ରଭୃତି ଜଙ୍କ ଫୁଡ୍‌ ଖାଇଥିଲି । ସେହି କାରଣରୁ ଚର୍ବି କାରଣରୁ ପେଟଟି ଟିକେ ବାହାରି ଆସିଛି । ତାକୁ ଦେଖି ମୋତେ ଗର୍ଭବତୀ ଭାବିବା ଅନୁଚିତ । ମୁଁ ସାଧାରଣ ମଣିଷ, ମେସିନ୍‌ ନୁହେଁ । ଏବେ କରୀନାଙ୍କ ହାତରେ ଦୁଇଟି ଚଳଚ୍ଚିତ୍ର ଅଛି ।