ବିରାଟଙ୍କୁ ଜ୍ଞାନ ଦେବାର କାହାର ଅଧିକାର ନାହିଁ: ଉଥପ୍ପା

ନିଜ ଦମରେ ସେ ୭୦ ଅନ୍ତର୍ଜାତୀୟ ଶତକ ହାସଲ କରିଛନ୍ତି….

ନୂଆଦିଲ୍ଲୀ : ଭାରତୀୟ ଟିମର ପୂର୍ବତନ ଅଧିନାୟକ ବିରାଟ କୋହଲି ସବୁଠୁ ଅଧିକ ଚର୍ଚ୍ଚାରେ ଅଛନ୍ତି । ଗତ ୭୮ ଅନ୍ତର୍ଜାତୀୟ ଇନିଂସରେ ତାଙ୍କ ବ୍ୟାଟରୁ କୌଣସି ଶତକ ବାହାରି ନାହିଁ । ବ୍ୟାଟିଂକୁ ନେଇ କୋହଲିଙ୍କୁ ଲଗାତାର ସମାଲୋଚନା କରାଯାଉଛି । ଏବେ ୨୦୦୭ ଟି-୨୦ ବିଶ୍ୱ କପ ବିଜେତା ଦଳର ସଦସ୍ୟ ରବିନ ଉଥପ୍ପା ବିରାଟ କୋହଲିଙ୍କ ସମାଲୋଚକଙ୍କୁ ଦୃଢ ଜବାବ ଦେଇଛନ୍ତି । ଆଇପିଏଲ ଦଳ ଚେନ୍ନାଇ ସୁପର କିଙ୍ଗ୍ସର ଓପନର ଉଥପ୍ପା କହିଛନ୍ତି, ଯେବେ ସେ ଲଗାତାର ଶତକ କରୁଥିଲେ, ସେହି ସମୟରେ ତାଙ୍କର ବ୍ୟାଟିଂ ଟେକନିକକୁ ନେଇ କେହି ପରାମର୍ଶ ଦେଇନଥିଲେ ।

ତେବେ ତାଙ୍କୁ ଏବେ ଜ୍ଞାନ ଦେବାର କାହାରି ଅଧିକାର ନାହିଁ । ସେହି ସମୟରେ କେମିତି ବ୍ୟାଟିଂ କରାଯିବ ଏବଂ ଟେକନିକକୁ ନେଇ କେହି ପ୍ରଶ୍ନ କରୁନଥିଲେ । ଆମକୁ ବିରାଟ କୋହଲିଙ୍କୁ ଏହା କହିବାର ଅଧିକାର ନାହିଁ ଯେ, ସେ କେମିତି ଖେଳିବେ । ନିଜ ଦମରେ ସେ ୭୦ ଅନ୍ତର୍ଜାତୀୟ ଶତକ ହାସଲ କରିଛନ୍ତି । ଆମ ତାଙ୍କୁ ଏକାକୀ ଛାଡି ଦେବା ଉଚିତ୍‌ । ସେ ଜଣେ ମ୍ୟାଚ ବିଜେତାଙ୍କ ମଧ୍ୟରୁ ଜଣେ ବୋଲି ଉଥପ୍ପା କହିଛନ୍ତି ।