ଦୁଇ ବର୍ଷ ପରେ ସ୍ପେସ ଷ୍ଟେସନ ଛାଡିବ ରୁଷ

ଆମେ ନିଜର ସମସ୍ତ ପ୍ରତିଶ୍ରୁତି ପୂରଣ ପରେ ସ୍ପେସ ଷ୍ଟେସନ ଛାଡିଦେବୁ….

ନୂଆଦିଲ୍ଲୀ: ୨୦୨୪ରେ ରୁଷ ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନ ଛାଡି ଦେବ ରୁଷ । ଏହାର ଘୋଷଣା କରିଛନ୍ତି ରୁଷ ମହାକାଶ ଏଜେନ୍ସି ରୋସକୋସମୋସର ନୂତନ ମୁଖ୍ୟ ୟୁରି ବୋରିସୋଭ । ଏଥିସହ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଏହାର ସୁଚନା ଦେଇଛନ୍ତି । ଆମେ ନିଜର ସମସ୍ତ ପ୍ରତିଶ୍ରୁତି ପୂରଣ ପରେ ସ୍ପେସ ଷ୍ଟେସନ ଛାଡିଦେବୁ । ସୂଚନାଯୋଗ୍ୟ, ୟୁକ୍ରେନ ଉପରେ ଆକ୍ରମଣ କାରଣରୁ ରୁଷ ଉପରେ ଅନେକ ଅନ୍ତର୍ଜାତୀୟ କଟକଣା ଲଗାଯାଇଛି ।

ଏଥିରେ ଅସନ୍ତୁଷ୍ଟ ହୋଇ ଆଗାମୀ ବର୍ଷରେ ସେ ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନ ଛାଡିଦେବ ବୋଲି କହିଥିଲା ରୁଷ । ରୁଷ ଅନ୍ତରୀକ୍ଷ ବିଶ୍ଳେଷକ କହିଥିଲେ ଯେ, ଆଇଏସଏସରେ ନିଜ ଭାଗିଦାରୀକୁ ରୁଷ ୨୦୨୪ରୁ ଆଗକୁ ବଢାଇବାକୁ ଚାହୁଁନାହିଁ । ସୂଚନାଯୋଗ୍ୟ, ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନିକଟତର ବରିଷ୍ଠ ନେତା ରୋଗୋଜିନ ରୁଷ ସ୍ପେସ ଷ୍ଟେସନ ଛାଡି ଦେବ ବୋଲି ଅନେକ ଥର ଧମକ ଦେଇ ଆସିଛନ୍ତି ।