ଏସିଆନ ଜୁନିୟର ଚମ୍ପିଆନସିପ ପାଇଁ ଭାରତୀୟ ଦଳର ଯୁଗ୍ନ ପ୍ରସିକ୍ଷକ ପ୍ରଣୟ କୁମାର ପାଣି

କେନ୍ଦୁଝର,(ସାକ୍‌ସୀ ନ୍ୟୁଜ୍‌): ଓଡ଼ିଶା ତଥା କେନ୍ଦୁଝର ପାଇଁ ଏକ ବଡ ଖୁସି ଖବର । ଓଡ଼ିଶାର ହ୍ୟାଣ୍ଡବଲ କୋଚ ପ୍ରଣୟ କୁମାର ପାଣିଙ୍କୁ ମିଳିଛି ବଡ ଦାୟୀତ୍ଵ। ଜୋଡାନ ଠାରେ ହେବାକୁ ଥିବା ଆଗାମି ଏସିଆନ ଜୁନିୟର ଚମ୍ପିଆନସିପ ପାଇଁ ଭାରତୀୟ ଦଳର ଯୁଗ୍ନ ପ୍ରସିକ୍ଷକ ଭାବେ ନିଯୁକ୍ତ ହୋଇଥିବା ଘୋଷଣା କରିଛନ୍ତି ଭାରତୀୟ ହ୍ୟାଣ୍ଡବଲ୍ ଆସୋସିଏସନ୍ ର Executive Director, ଆନନ୍ଦେଶ୍ୱର ପାଣ୍ଡେ।

ଆସନ୍ତା ଜୁଲାଇ ୧ ତାରିଖରୁ ୧୧ ତାରିଖ ଯାଏ ଜୋଡ଼ାନ ରେ ଏହି ଅନୁଷ୍ଠିତ ହେବ । ପ୍ରଣୟ ୧୯୮୮ ମସିହାରୁ ରୁ ହ୍ୟାଣ୍ଡବଲ ଖେଳ ଆରମ୍ଭ କରି ୨୦୦୪ରେ ଜାତୀୟ ରେଫରୀ , ୨୦୧୧ରେ ଆନ୍ତଃଜାତୀୟ ରେଫରି ଭାବେ କାମ କରିବା ସହ ଓଡ଼ିଶା ଦଳକୁ ପ୍ରଶିକ୍ଷଣ ଦେଉଥିଲେ ।

ତାଙ୍କ ସମୟରେ ଓଡ଼ିଶା ଦଳ ବହୁବାର ପ୍ରି କ୍ଵାଟର ଓ କ୍ଵାଟର ଫାଇନାଲକୁ ଯାଇଛି । ଏଣୁ ଏ ସବୁକୁ ଅନୁଧ୍ୟାନ କରି ଭାରତୀୟ ହ୍ୟାଣ୍ଡବଲ୍ ଆସୋସିଏସନ୍ ଏହି ନିଯୁକ୍ତି ଦେଇଛି ।

10:48 PM