ରସେଲଙ୍କ ଧୂଆଁଧାର ଇନିଂସରେ ଆଣ୍ଠେଇଲା ପଞ୍ଜାବ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗ ଆଇପିଏଲ-୨୦୨୨ର ୧୫ତମ ସଂସ୍କରଣରେ ୮ମ ମ୍ୟାଚ ପଞ୍ଜାବ କିଙ୍ଗସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଜୋରଦାର ଲଢେଇ ଦେଖିବାକୁ ମିଳିଛି । ଏହି ମୁକାବିଲାରେ ପଞ୍ଜାବ ପ୍ରଥମେ ବ୍ୟାଟିଂ କରି ୧୩୭ ରନ ସଂଗ୍ରହ କରିଥିଲା । କୋଲକାତା ଏହି ଟାର୍ଗେଟକୁ ୪ଟି ୱିକେଟ ହରାଇ ୧୪.୩ ସମାପ୍ତ କରିଛଦେଇଛି ।

ବାଙ୍ଗାଲୋର ବିପକ୍ଷରେ ହାରିବା ପରେ ପୁଣି ଥରେ କୋଲକାତା ନାଇଟ ରାଇଡର୍ସ ଫର୍ମକୁ ଫେରିଛି । କୋଲକାତାର ୬ ୱିକେଟ ବିଜୟର ନାୟକ ସାଜିଛନ୍ତି ଆନ୍ଦ୍ରେ ରସେଲ ଓ ଉମେଶ ଯାଦବ । ଆନ୍ଦ୍ରେ ରସେଲଙ୍କ ଖରାପ ବୋଲିଂ କାରଣରୁ କୋଲକାତା ପୂର୍ବରୁ ବାଙ୍ଗାଲୋର ବିପକ୍ଷରେ ହାରିଥିଲା ।

କିନ୍ତୁ ପଞ୍ଜାବ ବିପକ୍ଷରେ ୩୧ଟି ବଲ ଖେଳି ୨ଟି ଚୌକା ଓ ୮ଟି ଛକା ସହାୟତାରେ ୭୦ ରନ ସଂଗ୍ରହ କରି ଦଳର ସ୍କୋରକୁ ମଜବୁତ କରିଥିଲେ । ଅନ୍ୟପକ୍ଷରେ ପଞ୍ଜାବର ଆରମ୍ଭରୁ ପ୍ରଦର୍ଶନ ବହୁତ ଖରାପ ଥିଲା ।