ଖୁବଶୀଘ୍ର ଦଳକୁ ପ୍ରତ୍ୟାବର୍ତ୍ତନ କରିବେ ରାହୁଲ

ଶୀଘ୍ର ଦଳକୁ ଫେରିବେ ବୋଲି ସେ ଆଶା କରିଛନ୍ତି…..

ନୂଆଦିଲ୍ଲୀ : ଭାରତୀୟ ଦଳ ଏବେ ୱେଷ୍ଟ ଇଣ୍ଡିଜ ଗସ୍ତରେ ଅଛି । ଏହାପରେ ଦଳ ଜିମ୍ବାୱେ ଗସ୍ତ କରିବ । ଜିମ୍ବାୱେ ବିରୋଧରେ ଅନେକ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି । କିନ୍ତୁ କେଏଲ ରାହୁଲ ଫିଟନେସ କାରଣରୁ ବାଦ ପଡିଛନ୍ତି । ରାହୁଲ ଗତ ଫେବ୍ରୁଆରୀଠୁ କୌଣସି ମ୍ୟାଚ ଖେଳି ନାହାଁନ୍ତି । ଆଇପିଏଲ ପରେ ସେ ଆହତ ହୋଇଥିଲେ । ସେ ଲେଖିଛନ୍ତି ଯେ, ଜୁନରେ ତାଙ୍କର ଅସ୍ତ୍ରୋପଚାର ହୋଇଥିଲା । ଯାହା ଇଣ୍ଡିଜ ଗସ୍ତ ପରେ ସେ ଫେରିବେ ବୋଲି ଆଶା କରୁଥିଲେ । ଫିଟ ହେଲା ପରେ ପୁଣି କରୋନା ହୋଇଯାଇଥିଲା । ଏବେ ସେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହେବାକୁ ପ୍ରୟାସ କରୁଛନ୍ତି । ଶୀଘ୍ର ଦଳକୁ ଫେରିବେ ବୋଲି ସେ ଆଶା କରିଛନ୍ତି ।