ପୁଣି ପାକିସ୍ତାନୀ ଡ୍ରୋନ ଭାରତରେ ପଶିଲା

କିଛି ମିନିଟ ପରେ ଡ୍ରୋନ ପାକିସ୍ତାନର ସୀମାକୁ ଫେରିଯାଇଥିଲା…..

ନୂଆଦିଲ୍ଲୀ : ପୁଣିଥରେ ପଞ୍ଜାବ ରାସ୍ତାରେ ଭାରତରେ ଡ୍ରୋନ ପଠାଇଛି ପାକିସ୍ତାନ । ବିଏସଏଫର ଯବାନଙ୍କ ଫାୟାରିଂ ପରେ ପଠାଇଛି ଫେରିଗଲା । ଆଶଙ୍କା କରାଯାଉଛି ଯେ ଡ୍ରୋନରେ କିଛି ଜିନିଷ ଭାରତୀୟ ସୀମାରେ ପକାଯାଇଥିଲା । କୁହାଯାଉଛି ଯେ ବିଏସଏଫର ୧୦୩ର ଯବାନ ସୀମାବର୍ତି ଅଂଚଳରେ ଗସ୍ତରେ ଥିଲେ । ରାତି ପାଖାପାଖି ଗୋଟାଏରେ ବିଓପି ନୁରଂବାଳାର ଗାଆ ମସ୍ତଗଢ଼ରେ ଡ୍ରୋନର ହଲ୍‌ଚଲ ଦେଖି ଜବାନମାନେ ଫାୟାରିଂ ଆରମ୍ଭ କରାଯାଇଛି । କିଛି ମିନିଟ ପରେ ଡ୍ରୋନ ପାକିସ୍ତାନର ସୀମାକୁ ଫେରିଯାଇଥିଲା । ଏହି ଘଟଣା ପରେ ବିଏସଏପ ସୀମାବର୍ତି ଅଂଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି ।