ପୁଣି ଚେନ୍ନାଇକୁ ଫେରିବେ ରାଇନା!

ଆଇପିଏଲ-୨୦୨୨ରେ ନୂଆ ଦଳ ଭାବେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଚାମ୍ପିୟନ ଆଖ୍ୟା ଅର୍ଜନ କରିସାରିଛି ଗୁଜରାଟ….

ନୂଆଦିଲ୍ଲୀ : ଆଇପିଏଲ-୨୦୨୨ରେ ନୂଆ ଦଳ ଭାବେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଚାମ୍ପିୟନ ଆଖ୍ୟା ଅର୍ଜନ କରିସାରିଛି ଗୁଜରାଟ ଟାଇଟନ୍ସ । ପ୍ରଭାବୀ ପ୍ରଦର୍ଶନ କରି ଦଳ ଟାଇଟଲ ହାସଲ କରିଛି । ଅନ୍ୟପଟେ ପ୍ଲେ ଅଫରେ ଦବଦବା ଦେଖାଉଥିବା ସିଏସକେ କିନ୍ତୁ ୯ମ ସ୍ଥାନରେ ରହି ନିଜ ଅଭିଯାନ ଶେଷ କରିଛି । ଚଳିତ ସିଜିନରେ ଷ୍ଟାର ବ୍ୟାଟର୍ର ସୁରେଶ ରୈନାଙ୍କୁ ରିଟେନ କରିନଥିଲା ଚେନ୍ନାଇ ସିଏସକେ । ମେଗା ଅକ୍ସନକୁ ରାଇନାଙ୍କ ନାଁ ଆସିଥିଲେ ମଧ୍ୟ ସିଏସକେ କିଣିନଥିଲା । ଅନ୍ୟ କୌଣସି ଫ୍ରାଞ୍ଚାଇଜ ମଧ୍ୟ ସୁରେଶ ରାଇନାଙ୍କୁ କିଣିନଥିଲେ । ଫଳରେ ଅନସୋଲ୍ଡ ରହିଥିଲେ ମିଷ୍ଟର ଆଇପିଏଲ । ତେବେ ଆସନ୍ତା ବର୍ଷ ପୁଣି ଥରେ ସେ ଚେନ୍ନାଇକୁ ପ୍ରତ୍ୟାବର୍ତ୍ତନ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ମେ ୩୦ ତାରିଖରେ ସୁରେଶ ରାଇନାଙ୍କ ୨୦୧୪ ଆଇପିଏଲର ଏକ ସ୍ମରଣୀୟ ଇନିଂସର ଫଟୋ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛି ଚେନ୍ନାଇ ସୁପର କିଙ୍ଗସ । ଆଇପିଏଲ ୨୦୧୪ର ଦ୍ୱିତୀୟ କ୍ୟାଲିଫାୟର ମ୍ୟାଚରେ କିଙ୍ଗସ ଇଲେଭେନ ପଞ୍ଜାବ ଏବଂ ଚେନ୍ନାଇ ସୁପର୍ର କିଙ୍ଗସ ମଧ୍ୟ ମ୍ୟାଚ ଖେଳାଯାଇଥିଲା ।

ଯେଉଁଥିରେ ଧମାକାଦାର ବ୍ୟାଟିଂ କରି ମାତ୍ର ୨୫ ବଲରୁ ୮୭ରନର ବିଶାଳ ଇନିଂସ ଖେଳିଥିଲେ ରାଇନା । ଆଗାମୀ ସିଜିନରେ ରାଇନା ପ୍ରତ୍ୟାବର୍ତ୍ତନ କରୁଥିବା ନେଇ ଚର୍ଚ୍ଚା ହେଲାଣି । ଏହାକୁ ନେଇ ସିଏସକେ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ସିଏସକେର ଟ୍ୱିଟ୍‌ ପରେପରେ ରାଇନା ମଧ୍ୟ ଗୋଟିଏ ଟ୍ୱିଟ କରିଛନ୍ତି ।