ରୋହିତ ବୋଲରଙ୍କୁ ବୁଝିବାରେ ଭୁଲ କରନ୍ତି ନାହିଁ: ସିରାଜ

latest Crick News

ନୂଆଦିଲ୍ଲୀ : ଆଇପିଏଲ-୨୦୨୨ରେ ଖାସ ପ୍ରଦର୍ଶନ କରିପାରିନଥିଲେ ଭାରତୀୟ ଦଳର ଦ୍ରୁତ ବୋଲର ମହମ୍ମଦ ସିରାଜ । ଆଇପିଏଲ ପରେ ସେ ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଟେଷ୍ଟ ଦଳରେ ନଜର ଆସିବେ । ଏହାସହ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କୁ ଖୁବ ପ୍ରଶଂସା କରିଛନ୍ତି । ସିରାଜ କହିଛନ୍ତି ଯେ ରୋହିତ ବୋଲରଙ୍କ ମାନସିକ ସ୍ଥିତିକୁ ଠିକ ଭାବେ ବୁଝିଥାନ୍ତି । ସେ ରୋହିତଙ୍କ ସହ ଅନେକ ମ୍ୟାଚ ଖେଳିଛନ୍ତି ।

ରୋହିତ ବୋଲରଙ୍କୁ ବୁଝିବାରେ ଭୁଲ କରନ୍ତି ନାହିଁ । କେଉଁ ସ୍ଥିତିରେ କଣ କରିବାକୁ ହୁଏ ତାହା କହିଥାନ୍ତି । ଏପରି ଅଧିନାୟକଙ୍କ ନେତୃତ୍ୱରେ ଖେଳିବା ବହୁତ ଭାଗ୍ୟର କଥା ।