ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକା-ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ପ୍ରଥମ ମ୍ୟାଚ୍ ଖେଳାଯାଇଛି । ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଦଳ କମାଲ ପ୍ରଦର୍ଶନ କରିଛି । ଘରୋଇ ଇଂଲଣ୍ଡ ବିରୋଧରେ ଦକ୍ଷିଣ ଆଫ୍ରିକା ବିଶାଳ ସ୍କୋର କରିଛି । ହେଲେ ଆଶ୍ଚର୍ଯ୍ୟକର କଥା ଜଣେ ହେଲେ ବ୍ୟାଟସମ୍ୟାନ ଛକାଟିଏ ମଧ୍ୟ ଲଗାଇ ପାରି ନାହାନ୍ତି । ଦିନିକିଆ ଇତିହାସରେ ସବୁଠୁ ବଡ ସ୍କୋର କରିଛି ଦକ୍ଷିଣ ଆଫ୍ରିକା । ବେନ ଷ୍ଟୋକ୍ସଙ୍କ ଶେଷ ଦିନିକିଆରେ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ବିନା ଛକାରେ ୩୩୩ ରନ କରିଥିଲା । ଦିନିକିଆ କ୍ରିକେଟରେ ଏମିତି ତୃତୀୟ ଥର ଘଟିଛି, ଯେଉଁଠି କୌଣସି ଦଳ ବିନା ଛକାରେ ୩୩୦ରୁ ଉର୍ଦ୍ଧ୍ୱ ରନ କରିଛି ।