ଏସଏସ୍ଆଇ ଜାତୀୟ କ୍ରୀଡା ପୁରସ୍କାର: ରେକର୍ଡ ସ୍ଥାପନକାରୀ ୨୪ଜଣ ସମ୍ମାନିତ

ସକ୍ରିୟ ଅଂଶଗ୍ରହଣ ଏବଂ ସମସ୍ତ ଅଂଶୀଦାର …

ଭୁବନେଶ୍ୱର:  ସକ୍ରିୟ ଅଂଶଗ୍ରହଣ ଏବଂ ସମସ୍ତ ଅଂଶୀଦାର, ଆଥଲେଟ, କ୍ରୀଡା ବିଜ୍ଞାନ ବିଶାରଦ, କାର୍ଯ୍ୟକର୍ତ୍ତା ଏବଂ ଉଦ୍ୟୋଗୀମାନେ ଅଲିମ୍ପିକ୍ସ ୨୦୩୬ ଉପରେ ଲକ୍ଷ୍ୟ ନିବଦ୍ଧ କରି ଭାରତରେ ତୃଣମୂଳ ସ୍ତରରେ କ୍ରୀଡାର ବିକାଶ ଲକ୍ଷ୍ୟରେ ନିଜକୁ ସାମିଲ କରିବାକୁ ଏସଏସ୍ଆଇ ଜାତୀୟ କ୍ରୀଡା ପୁରସ୍କାର ଉତ୍ସବରେ ଆହ୍ୱାନ ଦିଆଯାଇଛି। କ୍ରୀଡା ବିଜ୍ଞାନ ବିଶାରଦ, ଜାତୀୟ ସ୍ତରର ଆଥଲେଟ, ବ୍ୟୁରୋକ୍ରାଟ, କ୍ରୀଡା କାର୍ଯ୍ୟକର୍ତ୍ତା ଏବଂ କ୍ରୀଡାରେ ଆଗ୍ରହ ରଖୁଥିବା ଅନ୍ୟମାନଙ୍କ ନିମନ୍ତେ କଳିଙ୍ଗ ଷ୍ଟାଡିୟମରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏଥିରେ ଜାତୀୟ ଓ ଆନ୍ତର୍ଜାତିକ ସ୍ତରର ଆଥଲେଟଙ୍କୁ ୨୪ଟି ପୁରସ୍କାର ପ୍ରଦାନ କରାଯାଇଥିଲା, ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ଅଲିମ୍ପିଆନ୍, ଅର୍ଜୁନ ପୁରସ୍କାରରେ ସମ୍ମାନିତ କ୍ରୀଡାବିତ୍ ରହିଥିଲେ। ସଟ୍-ପୁଟ୍ର ତଥା ଦୁଇଥର ଅଲିମ୍ପିଆନ୍ ଏବଂ ଏସୀୟ ଆଥଲେଟିକ ଚାମ୍ପିଅନସିପ୍ ସ୍ୱର୍ଣ୍ଣ ପଦକ ବିଜେତା ଶକ୍ତି ସିଂ, ସମରଦୀପ ସିଂ ଗିଲ୍ଙ୍କ ଭଳି ତିନିଜଣ କିମ୍ବଦନ୍ତୀ ବ୍ୟକ୍ତିତ୍ୱ ସେହି ମଞ୍ଚରେ ଉପସ୍ଥିତ ରହି ଏସଏସ୍ଆଇ ପୁରସ୍କାର ଗ୍ରହଣ କରିଥିଲେ। ଏହି ପୁରସ୍କାର ପ୍ରଦାନ ଉତ୍ସବ ଭୁବନେଶ୍ୱରସ୍ଥିତ ସଂଗଠନ ଏସଏସ୍ଆଇ ପକ୍ଷରୁ ଏସଏନ୍ଏମ୍ ଗ୍ରୁପ୍ ସହିତ ମିଳିତ ଭାବରେ ଏବଂ ରାଜ୍ୟ ସରକାରଙ୍କ ସମର୍ଥନରେ ଆୟୋଜନ କରାଯାଇଥିଲା।

ଭାରତୀୟ ମହିଳା ଆଇସ୍ ହକି ଟିମ୍ର ତିନିଜଣ ଖେଳାଳି ଏବଂ ଆଇସ୍ ହକି ଆସୋସିଏସନ ଅଫ ଇଣ୍ଡିଆ (ଆଇଏଚଏଆଇ)ର ସେକ୍ରେଟାରୀ ଜେନେରାଲ ହରଜିନ୍ଦର ସିଂ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଜୀବନବ୍ୟାପୀ ସାଧନା ପୁରସ୍କାର ଶକ୍ତି ସିଂ, ଟେବଲ ଟେନିସର କିମ୍ବଦନ୍ତୀ ବ୍ୟକ୍ତିତ୍ୱ, ଶରଥ କମଲ ଏବଂ ଘରୋଇ କ୍ରିକେଟର ଚର୍ଚ୍ଚିତ ଚେହେରା ୱାସିମ ଜାଫରଙ୍କୁ ପ୍ରଦାନ କରାଯାଇଥିଲା। ସନ୍ତରଣକାରୀ ସାଜନ ପ୍ରକାଶ, ବିଶିଷ୍ଟ ସଟ୍ଲର ଆୟୁଷ ସେଟ୍ଟି, ଜାତୀୟ ସ୍ତରରେ ନୂତନ ରେକର୍ଡ ସ୍ଥାପନକାରୀ ହର୍ଡଲର ତଥା ଭାରତର ଅନ୍ୟତମ ଦ୍ରୁତତମ ଉଦୀୟମାନ ଟ୍ରାକ ତାରକାଗଣ, ଜ୍ୟୋତି ୟାରାଜୀ, ସ୍ପ୍ରିଣ୍ଟର ଅନିମେଶ କୁଜୁର, ହକି ତାରକା ଦୀପ ଗ୍ରେସ ଏକ୍କାଙ୍କୁ ମଧ୍ୟ ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ କରାଯାଇଥିଲା। ଡା. ସାର୍ଥକ ପଟନାୟକ ଭାରତରେ ତୃଣମୂଳ ସ୍ତରରୁ କ୍ରୀଡାର ସାମର୍ଥ୍ୟ ବୃଦ୍ଧି ନିମନ୍ତେ ନିଜର ଦୂରଦୃଷ୍ଟି ସମ୍ପର୍କରେ ଉପସ୍ଥିତ ଦର୍ଶକଙ୍କ ନିକଟରେ ପ୍ରକାଶ କରିଥିଲେ। ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ। ୨୦୧୨ରେ ସେ ରାଜ୍ୟର କ୍ରୀଡା ସଚିବ ଭାବରେ ନିଜର କାର୍ଯ୍ୟକାଳ ସମ୍ପର୍କରେ ସ୍ମରଣ କରିବା ସହିତ କ୍ରୀଡା ପ୍ରତି ତାଙ୍କ ଭିତରେ ରହିଥିବା ଆଗ୍ରହ ସମ୍ପର୍କିତ କେତେକ ଘଟଣା ସମ୍ପର୍କରେ ଉଲ୍ଲେଖ କରିଥିଲେ। ତାଙ୍କ ସହିତ ଡ. ବିଜୟ, ଡାଇରେକ୍ଟର ଅଫ ସ୍ପୋର୍ଟସ୍, ପରିବହନ କମିଶନର ଅମିତାଭ ଠାକୁର ଏବଂ ହକି ଇଣ୍ଡିଆ ପ୍ରେସିଡେଣ୍ଟ ଦିଲୀପ ତିର୍କୀ ଏସଏସ୍ଆଇ ସ୍ପୋର୍ଟସ୍ ନ୍ୟାସନାଲ ଆୱାର୍ଡ ୨୦୨୫ ବିଜେତାଙ୍କୁ ପ୍ରଶଂସା କରିବା ସହିତ ସେମାନେ ଏହି ସଂଧ୍ୟାର ପ୍ରକୃତ ସମ୍ମାନନୀୟ ଅତିଥି ବୋଲି ବର୍ଣ୍ଣନା କରିଥିଲେ।(ଦେବୀ-୯.୩୪)