ଟି-୨୦ ବିଶ୍ବକପ୍ : ଶ୍ରୀଲଙ୍କାକୁ ହରାଇଲା ଦକ୍ଷିଣଆଫ୍ରିକା

ନୂଆଦିଲ୍ଲୀ : ଏହି ମ୍ୟାଚ୍‌ରେ ୭୮ ରନ୍‌ର ବିଜୟ ଲକ୍ଷ୍ୟକୁ ହାସଲ ପାଇଁ କିନ୍ତୁ ଦକ୍ଷିଣ ଆଫ୍ରିକାକୁ ଖୁବ୍ କସରତ କରିବାକୁ ପଡ଼ିଛି। ୧୬.୨ ଓଭରରେ ଐଦେନ ମାରକ୍ରମଙ୍କ ଦଳ ୪ ୱିକେଟ୍ ହରାଇ ୮୦ ରନ୍ ସଂଗ୍ରହ କରିନେଇଛି। ଘାତକ ବୋଲିଂ କରିଥିବାରୁ ଅନରିକ୍ ନର୍ଖିୟା ମ୍ୟାଚ୍‌ର‌ ଶ୍ରେଷ୍ଠ ‌ଖେଳାଳି ପୁରସ୍କାର ପାଇଛନ୍ତି। ସୋମବାର ଶ୍ରୀଲଙ୍କା ଲଜ୍ଜାଜନକ ଭାବେ ମାତ୍ର ୭୭ ରନ୍‌ରେ ଅଲଆଉଟ୍ ହୋଇଯିବାରୁ ଟ୍ବେଣ୍ଟି-୨୦ କ୍ରିକେଟ୍‌ରେ ନିଜର ସର୍ବନିମ୍ନ ଦଳଗତ ସ୍କୋର୍ କରିବାର ଅଲୋଡ଼ା ରେକର୍ଡ କରିଛି। ଅଜଣା ଓ ଅପରିଚିତ ପିଚ୍‌ରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେବା ହିଁ ଶ୍ରୀଲଙ୍କା ପାଇଁ ବୁମେରାଂ ସାବ୍ୟସ୍ତ ହୋଇଥିଲା।