ଭାରତୀୟ ଅଧିନାୟକ ଶ୍ରେୟସ ଆୟର ବୁଧବାର ପ୍ରକାଶିତ ଆଇସିସି ପୁରୁଷ ଟ୍ବେଣ୍ଟି-୨୦ ବ୍ୟାଟିଂ ମାନ୍ୟତାର ସପ୍ତମ ସ୍ଥାନରେ ପହଞ୍ଚିଛନ୍ତି। ୱେଷ୍ଟଇଣ୍ଡିଜ୍ ବିପକ୍ଷ ମଙ୍ଗଳବାର ମ୍ୟାଚ୍ରେ ସେ ୪୩ ବଲ୍ରୁ ୧୦ ଚୌକା ଓ ୬ ଛକା ସହାୟତାରେ ଅପରାଜିତ ୧୦୨ ରନ୍ କରିଥିଲେ। ତାଙ୍କର ଏହି ଶତକୀୟ ପାଳି ବଳରେ ଭାରତ ୩୨ ବଲ୍ ପୂର୍ବରୁ ୨ ୱିକେଟ୍ ହରାଇ ମ୍ୟାଚ୍ ଜିତି ନେଇଥିଲା।ଦିନିକିଆ ବ୍ୟାଟିଂ ମାନ୍ୟତାରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ଶୀର୍ଷ ସ୍ଥାନ ବଜାୟ ରଖିଥିଲା ବେଳେ ବିରାଟ କୋହଲି ଗୋଟିଏ ସ୍ଥାନ ଖସି ତୃତୀୟରେ ରହିଛନ୍ତି। ରୋହିତ ଶର୍ମା ଚତୁର୍ଥ ଓ କେଏଲ୍ ରାହୁଲ ଦଶମରେ ରହିଛନ୍ତି ।
Next Post