ଟି-ଟ୍ୱେଣ୍ଟି ବିଶ୍ୱକପ ୨୦୨୬ : ଟିମ୍‌ଇଣ୍ଡିଆର ବିଶ୍ୱକପ୍‌ ଯୋଦ୍ଧା ଘୋଷଣା

ଟି-ଟ୍ୱେଣ୍ଟି ବିଶ୍ୱକପ ୨୦୨୬ ପାଇଁ ଭାରତୀୟ ….

ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟି ବିଶ୍ୱକପ ୨୦୨୬ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଦୀର୍ଘ ସମୟ ଥରି ବୈଠକ ପରେ ୧୫ ଜଣିଆ ସ୍କ୍ୱାଡ୍‌ ଘୋଷଣା କରିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ। ପ୍ରେସମିଟ୍‌ କରି ଟିମ୍‌ ଘୋଷଣା କରିଛନ୍ତି ବିସିସିଆଇ ସଚିବ ଦେବଜିତ୍‌ ସାଇକିଆ। ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ମଧ୍ୟସାମିଲ ଥିଲେ । ସୂର୍ଯ୍ୟକୁମାର ଯାଦବ ଅଧିନାୟକ । ଅକ୍ଷର ପଟେଲଙ୍କୁ ଉପ-ଅଧିନାୟକ ଭାର ମିଳିଛି । ଶୁବମନ ଗିଲ୍‌ ଦଳରୁ ବାଦ ପଡିଛନ୍ତି । ଇଶାନ କିସନଙ୍କ ସରପ୍ରାଇଜ ଏଣ୍ଟ୍ରୀ ହୋଇଛି । ଆସନ୍ତା ଫେବୃଆରୀ ୭ରୁ ବିଶ୍ୱକପ ଲଢେଇ । ଭାରତ-ଶ୍ରୀଲଙ୍କା ରହିବେ ଆୟୋଜକ । ପ୍ରଥମ ମ୍ୟାଚରେ ୟୁଏସଏକୁ ଭେଟିବ ଭାରତ। ଟିମ୍‌ ଇଣ୍ଡିଆରେ ଟି-ଟ୍ୱେଣ୍ଟି ଦଳର ଭାଇସ୍‌ କ୍ୟାପ୍ଟେନ୍‌ ଥିଲେ ଶୁଭମନ ଗିଲ । ହେଲେ ସେ ଦଳରୁ ବାଦ ରହିଛନ୍ତି ।

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଗିଲ୍‌ଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଫଳରେ ତାଙ୍କ ସ୍ଥାନରେ ଅକ୍ଷର ପଟେଲ୍‌ଙ୍କୁ ଉପଅଧିନାୟକ ଦାୟିତ୍ୱ ମିଳିଛି । ଦଳରେ ଷ୍ଟାଣ୍ଡ ବାଏ ପ୍ଲେୟାର ରଖାଯାଇନଥିବା କହିଛନ୍ତି ବିସିସିଆଇ ସଚିବ ଦେବଜିତ୍‌ ସାଇକିଆ । ନମ୍ବର ୩ରେ ତିଲକ ବର୍ମା ବ୍ୟାଟିଂ କରିବା ନେଇ କହିଛନ୍ତି ଅଧିନାୟକ ସୂର୍ଯ୍ୟକୁମାର ଯାଦବ ।କହି ରଖୁଛୁ କି, ଆସନ୍ତା ଫେବୃଆରୀ ୭ରୁ ଟି-ଟ୍ୱେଣ୍ଟି ବିଶ୍ୱକପ ୨୦୨୬ ଆରମ୍ଭ ହେବ । ମାର୍ଚ୍ଚ ୨୦ରେ ଫାଇନାଲ ମ୍ୟାଚ ଖେଳାଯିବ । ୨୦୨୪ରେ ବିଶ୍ୱକପ ବିଜେତା ଭାରତକୁ ଗ୍ରୁପ ଏରେ ରହିଛି । ଏହି ଗ୍ରୁପରେ ନାମ୍ବିବିଆ, ନେଦରଲାଣ୍ଡସ ଏବଂ ପାକିସ୍ତାନ ଟିମ୍‌ ରହିଛନ୍ତି । ବିଶେଷ କଥା ହେଉଛି, ଟିମ୍‌ ଇଣ୍ଡିଆ ତାର ଗ୍ରୁପ ମ୍ୟାଚରେ ୪ ଅଲଗା ଅଲଗା ଷ୍ଟାଡିୟମରେ ଖେଳିବ । ଲିଗ୍‌ ମ୍ୟାଚରେ ଅରୁଣ ଜେଟଲୀ ଷ୍ଟାଡିୟମ, ୱାଙ୍ଖଡେ, ଆର. ପ୍ରେମଦାସା ଏବଂ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳିବ । ୧୫ ଜଣିଆ ଭାରତୀୟ ବିଶ୍ୱକପ ଯୋଦ୍ଧା- ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଅକ୍ଷର ପଟେଲ (ଉପଅଧିନାୟକ), ଅଭିଷେକ ଶର୍ମା, ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ସଞ୍ଜୁ ସାମସନ୍‌ (ୱିକେଟ୍‌ କିପର), ଶିବମ୍‌ ଦୁବେ, ୱାଶିଂଟନ୍‌ ସୁନ୍ଦର, ରିଙ୍କୁ ସିଂହ, ଯଶପ୍ରୀତ୍‌ ବୁମରା, ହର୍ଷିତ ରାଣା, ଅର୍ଶଦୀପ ସିଂ,କୁଳଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ, ଇଶାନ କିସନ (ୱିକେଟ୍‌ କିପର)। ଏହା ସହିତ ନ୍ୟୁଜିଲାଣ୍ଡ ବିପକ୍ଷ ଟି-ଟ୍ୱେଣ୍ଟି ସିିରିଜ ପାଇଁ ଦଳ ଘୋଷଣା- ସଦ୍ୟ ସମାପ୍ତ ଦ.ଆଫ୍ରିକା ଟି-ଟ୍ୱେଣ୍ଟି ଏବଂ ଦିନିକିଆ ସିରିଜ ପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବ ଭାରତ । ୩ ମ୍ୟାଚ ବିଶିଷ୍ଟ ଦିନିକିଆ ଓ ୫ ଟି-ଟ୍ୱେଣ୍ଟି ମ୍ୟାଚ ଖେଳିବ ଟିମ୍‌ ଇଣ୍ଡିଆ । ଏ ନେଇ ୧୫ ଜଣିଆ ଦଳ ଘୋଷଣା ହୋଇଛି । ଦଳରେ ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଅକ୍ଷର ପଟେଲ (ଉପଅଧିନାୟକ), ଅଭିଷେକ ଶର୍ମା, ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ସଞ୍ଜୁ ସାମସନ୍‌ (ୱିକେଟ୍‌ କିପର), ଶିବମ୍‌ ଦୁବେ, ୱାଶିଂଟନ୍‌ ସୁନ୍ଦର, ରିଙ୍କୁ ସିଂହ, ଯଶପ୍ରୀତ୍‌ ବୁମରା, ହର୍ଷିତ ରାଣା, ଅର୍ଶଦୀପ ସିଂ, କୁଳଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ, ଇଶାନ କିସନ (ୱିକେଟ୍‌ କିପର) ରହିଛନ୍ତି ।

ଭାରତ-ନ୍ୟୁଜିଲାଣ୍ଡ କ୍ରୀଡା ସୂଚୀ
ଜାନୁଆରୀ ୧୧ ପ୍ରଥମ ଦିନିକିଆ ବଦୋଦରା
ଜାନୁଆରୀ ୧୪ ଦ୍ୱିତୀୟ ଦିନିକିଆ ରାଜକୋଟ
ଜାନୁଆରୀ ୧୮ ତୃତୀୟ ଦିନିକିଆ ଇନ୍ଦୋର
ଜାନୁଆରୀ ୨୧ ପ୍ରଥମ ଟି-ଟ୍ୱେଣ୍ଟି ନାଗପୁର
ଜାନୁଆରୀ ୨୩ ଦ୍ୱିତୀୟ ଟି-ଟ୍ୱେଣ୍ଟି ରାୟପୁର
ଜାନୁଆରୀ ୨୫ ତୃତୀୟ ଟି-ଟ୍ୱେଣ୍ଟି ଗୌହାଟୀ
ଜାନୁଆରୀ ୨୮ ଚତୁର୍ଥ ଟି-ଟ୍ୱେଣ୍ଟି ବିଶାଖାପାଟନମ
ଜାନୁଆରୀ ୩୧ ପଞ୍ଚମ ଟି-ଟ୍ୱେଣ୍ଟି ଥିରୁଅନନ୍ତପୁରମ