ନଭେମ୍ବର ୧୪ ଓ ୧୫ ତାରିଖରେ କଳିଙ୍ଗ ଷ୍ଟାଡ଼ିୟମ୍ ଠାରେ ଏସିଆ ରଗ୍ବୀ ଏମିରେଟ୍ସ ଅଣ୍ଡର-୨୦ ସେଭେନ୍ସ ଚାମ୍ପିୟନସିପ୍ -୨୦୨୬ ଅନୁଷ୍ଠିତ ହେବ
(ସାକ୍ସୀ ନ୍ୟୁଜ୍): ଏସିଆ ରଗବୀ ଏମିରେଟ୍ସ ଅଣ୍ଡର-୨୦ ସେଭେନ୍ସ ଚାମ୍ପିୟନସିପ୍ -୨୦୨୬ରେ ଅଂଶଗ୍ରହଣ କରିଥିବା ବିଭିନ୍ନ ଦେଶର କ୍ରୀଡ଼ାବିତ୍ମାନେ ଭୁବନେଶ୍ୱର ଠାରେ ପହଞ୍ଚିଛନ୍ତି। ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର, ଭୁବନେଶ୍ୱର ଠାରେ ସମସ୍ତ କ୍ରୀଡ଼ାବିତ୍ମାନଙ୍କୁ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ।