ହଜ ଯାତ୍ରାରେ ଯିବେ ଇଂଲଣ୍ଡ କ୍ରିକେଟର
ରଶିଦ ଯେଉଁ କ୍ଲବ ପାଇଁ ଖେଳନ୍ତି ସେହି କ୍ଲବ ମଧ୍ୟ ରଶିଦଙ୍କୁ ହଜ ଯାତ୍ରା ପାଇଁ ଅନୁମତି ଦେଇଛି….
ନୂଆଦିଲ୍ଲୀ : ଟିମ ଇଣ୍ଡିଆ ଏବେ ଇଂଲଣ୍ଡ ଗସ୍ତରେ ରହିଛି । ତେବେ ସିରିଜ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଏକ ଭଲ ଖବର ଆସିଛି । ଇଂଲଣ୍ଡ ସ୍ପିନର୍ ରଶିଦ ଖାନ ଦିନିକିଆ ଓ ଟି୨୦ ସିରିଜରୁ ନାଁ ଫେରାଇ ନେଇଛନ୍ତି । ରିପୋର୍ଟ ଅନୁସାରେ, ରଶିଦ ଖାନ ହଜ ପାଇଁ ଯିବାକୁ ନିଷ୍ପତ୍ତି ନେଇଛନ୍ତି । ଇଂଲଣ୍ଡ କ୍ରିକେଟ ବୋର୍ଡ ମଧ୍ୟ ଏଥିପାଇଁ ଅନୁମତି ପ୍ରଦାନ କରିଛି । ରଶିଦ ଯେଉଁ କ୍ଲବ ପାଇଁ ଖେଳନ୍ତି ସେହି କ୍ଲବ ମଧ୍ୟ ରଶିଦଙ୍କୁ ହଜ ଯାତ୍ରା ପାଇଁ ଅନୁମତି ଦେଇଛି । ତେବେ ଆଗାମୀ ଜୁଲାଇରେ ରଶିଦ ଫେରି ଆସିବେ ବୋଲି କୁହାଯାଉଛି । ରଶିଦ କହିଛନ୍ତି ଯେ, ସେ ହଜ ଯାତ୍ରା ପାଇଁ ସୁଯୋଗ ଖୋଜୁଥିଲେ । କିନ୍ତୁ ବ୍ୟସ୍ତତା ହେତୁ ଯାଇପାରୁନଥିଲେ ।