କରାଚୀ : ପାକିସ୍ତାନ କ୍ରିକେଟର ସୋଏବ ମଲିକଙ୍କ ସହ ଜଣେ ପାକିସ୍ତାନୀ ଅଭିନେତ୍ରୀ ଆୟଶା ଉମରଙ୍କ ସହ ଗ୍ଲାମର ଅନ୍ଦାଜରେ ନଜର ଆସିଛନ୍ତି । ଅଭିନେତ୍ରୀ ଆୟଶା ନିଜ ଇନଷ୍ଟାରେ ଏହି ରୋମାଣ୍ଟିକ ଓ ଗ୍ଲାମର ଫଟୋ ସେୟାର କରିଛନ୍ତି । ଏହି ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ।
ପ୍ରଶଂସକ ଏହି ଫଟୋ ଦେଖି ସାନିୟା ମିର୍ଜାଙ୍କୁ କିଛି ପରାମର୍ଶ ଦେଉଛନ୍ତି । ଉଭୟଙ୍କ ଏହି ଫଟୋ ଏକ ମ୍ୟାଗେଜିନର ଯାହା ଗତ ମାସର । ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ସେମି ଫାଇନାଲ ମ୍ୟାଚ ଦିନ ମଧ୍ୟ ଆୟଶା ନିଜ ଇନଷ୍ଟାରେ ସୋଏବଙ୍କ ସହ ସ୍ୱିମିଙ୍ଗ ପୁଲର କିଛି ଫଟୋ ସେୟାର କରିଥିଲେ । ଏହି ଫଟୋସୁଟ ସୋସିଆଲ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।