ଆଫଗାନ ମସଜିଦରେ ସିରିଜ ବିସ୍ଫୋରଣ: ୩ ମୃତ, ୧୫ ଗୁରୁତର

କାବୁଲ: ଆଫଗାନିସ୍ତାନର ଏକ ମସ୍‌ଜିଦରେ ପୁଣି ଏକ ଭୟଙ୍କର ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ୩ଜଣ ମୃତ ସହ ପ୍ରାୟ ୧୫ ଜଣ ଗୁରୁତର ଆହତ ହୋଇଛନ୍ତି । ଏନେଇ ତାଲିବାନ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଅନୁସାରେ ମସ୍‌ଜିଦ୍‌ ଭିତରେ କେହିଁ ବିସ୍ଫୋରକ ସାମଗ୍ରୀ ଫିଟ୍‌ କରି ବିସ୍ଫୋରଣ କରିଥିଲା । ନିକଟରେ ଆଫଗାନିସ୍ତାନର ହୋଇଥିବା କେତେକ ବୋମା ବିସ୍ଫୋରଣ ପାଇଁ ଖୁରାସାନର ଆଇଏସଆଇଏସ ଆତଙ୍କୀମାନେ ନିଜକୁ ଦାୟୀ କରିଥିଲେ । ତେବେ ଏହି ଆକ୍ରମଣ କିଏ କରିଛି ସେ ନେଇ ସ୍ପଷ୍ଟ ସୂଚନା ମିଳିନାହିଁ ।