ଆଜି ଭାରତ-ୱେଷ୍ଟଇଣ୍ଡିଜ୍‌ ଚତୁର୍ଥ ଟ୍ବେଣ୍ଟି-୨୦ମ୍ୟାଚ୍‌

ଲଡେରହିଲ : ପ୍ରଥମ ଦୁଇ ମ୍ୟାଚ୍‌ରେ ପରାଜିତ ହେବା ପରେ ତୃତୀୟ ଟ୍ବେଣ୍ଟି-୨୦କୁ ଭାରତ ଜିତିବା ସହ ଶୃଙ୍ଖଳାରେ ଉଜ୍ଜୀବିତ ରହିଛି। ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଚାଲିଥିବା ୫ ମ୍ୟାଚ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାର ୪ର୍ଥ ମ୍ୟାଚ ଶନିବାର ଆମେରିକାର ଫ୍ଲୋରିଡାସ୍ଥିିତ ଲଡେରହିଲରେ ଖେଳାଯିବ। ୱେଷ୍ଟଇଣ୍ଡିଜ୍‌ ୨-୧ରେ ଆଗୁଆ ରହିଥିବାରୁ ଶୃଙ୍ଖଳା ବିଜୟ ଲକ୍ଷ୍ୟ ରଖିଥିବାବେଳେ ଭାରତ ମ୍ୟାଚକୁ ଜିତି ବରାବର ସ୍ଥିତିକୁ ଆଣିବାକୁ ଉଦ୍ୟମ କରିବ।