ବାରମ୍ବାର ମୁଣ୍ଡ ବିନ୍ଧା ସମସ୍ୟା ଲାଗି ରହୁଛି କି? ଜଣାନ୍ତୁ..

ଆଜିକାଲି ବର୍ତ୍ତମାନ ସମୟରେ ମୁଣ୍ଡ ବିନ୍ଧା ସଭିଁଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା ପାଲଟିଛି। କେତେକ ଲୋକଙ୍କର ସକାଳୁ ଉଠିବା ପରେ ସେମାନଙ୍କ ମୁଣ୍ଡ ବିନ୍ଧା ହୋଇଥାଏ। ଯତଦ୍ୱାରା ଦିନଯାକ ବ୍ୟସ୍ତତା ଅନୁଭବ ହୋଇଥାଏ। କାମ କରିବାକୁ ମଧ୍ୟ ଆଗ୍ରହ ହୋଇନଥାଏ। ଖାଦ୍ୟ ଖାଇବାକୁ ମଧ୍ୟ ଇଚ୍ଛା ହୋଇନଥାଏ।

ସଠିକ୍‌‌ ଭାବେ ଭୋଜନ ନକରିବା, ଉପବାସ ରହିବା ମୁଣ୍ଡ ବିନ୍ଧା ହେବାର ଏକ ମୁଖ୍ୟ କାରଣ। ଖାଦ୍ୟରେ ପୋଷକ ତତ୍ତ୍ୱର ଅଭାବ ହେବା ମଧ୍ୟ ମୁଣ୍ଡ ବିନ୍ଧାର ଏକ ପ୍ରମୁଖ କାରଣ। ତେବେ ଏପରି କେତେକ ଖାଦ୍ୟ ବିଷୟରେ ଜାଣନ୍ତୁ ଯାହାର ସେବନ ଦ୍ୱାରା ବାରମ୍ବାର ହେଉଥିବା ମୁଣ୍ଡ ବିନ୍ଧା ସମସ୍ୟା ଦୂର ହୋଇଥାଏ।

ମୁଣ୍ଡ ବିନ୍ଧା ଲାଗି ରହୁଥିଲେ…
୧) ସେଓର ସେବନ କରନ୍ତୁ। ନିଜ ଦୈନନ୍ଦିନ ଖାଦ୍ୟରେ ସେଓ ନିଶ୍ଚୟ ସାମିଲ କରନ୍ତୁ। ସେଓରେ ଆଇରନ,ପୋଟାସିୟମ,ଫାଇବର ଓ ଭିଟାମିନ ସି ଭରପୁର ମାତ୍ରାରେ ରହିଛି। ନିୟମିତ ସେଓ ଖାଇବା ଦ୍ୱାରା ଧିରେ ଧିରେ ମୁଣ୍ଡ ବିନ୍ଧା ସମସ୍ୟାରୁ ମୁକ୍ତି ମିଳିଥାଏ। ସେଓରେ ଥିବା ପୋଟାସିୟମ ମୁଣ୍ଡ ବିନ୍ଧା ଦୂର କରିଥାଏ। ସେଓ ବ୍ୟତୀତ ତରଭୂଜ,କଦଳୀ ମଧ୍ୟ ସେବନ କରିପାରିବେ।

୨) ପଇଡ ପାଣିର ସେବନ କରନ୍ତୁ। ପଇଡ ପାଣି ପିଇବା ଦ୍ୱାରା ମୁଣ୍ଡ ବିନ୍ଧା ଦୂର ହୋଇଥାଏ। ପଇଡ ପାଣି ପୋଷକ ତତ୍ତ୍ୱର ଭଣ୍ଡାର। ଏଥିରେ ପୋଟାସିୟମ, ଫାଇବର, ପ୍ରୋଟିନ୍‌‌ , ଭିଟାମିନ୍‌‌ ସି ରହିଛି। ଏହା ଶରୀରକୁ ଦୁର୍ବଳ ହେବାକୁ ଦେଇନଥାଏ। ମୁଣ୍ଡ ବିନ୍ଧା ଦୂର ହୋଇଥାଏ।

୩) ନିୟମିତ ମୁଣ୍ଡ ବିନ୍ଧା ହେଉଥିଲେ ନିଜ ଖାଦ୍ୟରେ ଦହି ସେବନ କରନ୍ତୁ। ଦହିର ସେବନ କରିବା ଦ୍ୱାରା ମୁଣ୍ଡ ବିନ୍ଧା ଦୂର ହୋଇଥାଏ। ଏହା ଶରୀରରେ ଜଳୀୟ ଅଂଶ ସଠିକ୍‌‌ ରଖିଥାଏ। ଦହିରେ କ୍ୟାଲସିୟମ ରହିଛି। ଦହି ସେବନ ଦ୍ୱାରା ମୁଣ୍ଡ ବିନ୍ଧା ଦୂର ହୋଇଥାଏ।