ଆଜି ଭାରତର ୧୦୦୦ତମ ଦିନିକିଆ ମ୍ୟାଚ୍

ଅହମ୍ମଦାବାଦରେ ମୁହାଁମୁହିଁ ହେବେ ଭାରତ ଓ ୱେଷ୍ଟଇଣ୍ଡିଜ୍

ନୂଆଦିଲ୍ଲୀ : ଆଜି ଭାରତ ୧୦୦୦ତମ ଦିନିକିଆ ମ୍ୟାଚ୍ ଖେଳିବ । ଭାରତ ୧୦୦୦ତମ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାରେ ପ୍ରଥମ ହେବ । ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦିନିକିଆ ଶୃଙ୍ଖଳା ଆରମ୍ଭ ହେବ। ରୋହିତଙ୍କ ନେତୃତ୍ବରେ ଭାରତ ୧୦୦୦ତମ ଦିନିକିଆ ଖେଳିବାକୁ ଯାଉଥିଲା ବେଳେ କୋଭିଡ୍ ସଂକଟ ଯୋଗୁଁ ସେହି ମ୍ୟାଚରେ କୌଣସି ଦର୍ଶକଙ୍କୁ ଷ୍ଟାଡିୟମ୍ ପ୍ରବେଶ ଅନୁମତି ମିଳିବନି ।

ରୋହିତଙ୍କ ପାଇଁ ସ୍ମରଣୀୟ ମୁହୁର୍ତ୍ତ ହେବ ବୋଲି କହିଛନ୍ତି ପୂର୍ବତନ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି। ତେବେ ୪ ଖେଳାଳି କରୋନା ପଜିଟିଭ୍ ହେବା ଦଳ ପାଇଁ ଚିନ୍ତା ବଢାଇଛି । ଭାରତୀୟ ଦିନିକିଆ ଦଳର ନେତୃତ୍ବ ନେଇଥିବା ରୋହିତ ଶର୍ମା ଏହି ସିରିଜ୍ ରେ ଦଳକୁ କିପରି ପରିଚାଳନା କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି ।