ଉଦଳା ପ୍ରିମିୟର ଲିଗ ସିଜନ-୪ ଉଦଘାଟିତ

ଉଦଘାଟନି ମ୍ୟାଚ ଜିତିଲା ଅlରିଅନ ଫାଇଟର

ଉଦଳା ପ୍ରିମିୟର ଲିଗ ସିଜିନ-୪ ର ଆଜି ଉଦଘାଟିତ…

ଉଦଳା: ଉଦଳା ପ୍ରିମିୟର ଲିଗ ସିଜିନ-୪ ର ଆଜି ଉଦଘାଟିତ ହୋଇଯାଇଛି l ଉଦଳା କ୍ରିକେଟ କ୍ଳବ ପକ୍ଷରୁ ମୁନା ମେମୋରିଆଲ ନାମ ରେ ଏହି ଉଦଳା ପ୍ରିମିୟର ଲିଗ ଆଜିଠୁ ଆରମ୍ଭ ହୋଇ ଡ଼ିସେମ୍ବର ୧୨ ତାରିଖରେ ପର୍ଯ୍ୟନ୍ତ ଚାଲିବ l ଏହି ପ୍ରିମିୟର ଲିଗ ରେ ୬ ଗୋଟି ଫ୍ରାଞ୍ଚାଇଜ଼ ଟିମ ଅଂଶ ଗ୍ରହଣ କରିଥିବା ବେଳେ ଆଜି ଉଦଳା ହାଇସ୍କୁଲ ଖେଳ ପଡିଆରେ ଉଦଘାଟିତ ହୋଇଯାଇଛି l ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉଦଳା ଏନଏସି ର ଅଧକ୍ଷା ପ୍ରମିଳା ପଣ୍ଡା ଏବଂ ମୟୁରଭଞ୍ଜ ବିଜେପି ପୂର୍ବ ଜିଲ୍ଲା ସଭାପତି ନିହାର ମୋଦି ଯୋଗ ଦେଇ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ସତନ୍ତ୍ର ଅତିଥି ଭାବେ ଉଦଳା ଏନଏସି ର କାଉନସିଲର ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ l ଆଜିର ଉଦଘାଟନି ମ୍ୟାଚ ରେ ପ୍ରଥମେ ଅlରୟନ ଫାଇଟର ବ୍ୟାଟିଂ କରି ୧୫ ଓଭର ରେ ୧୭୨ରନର ଟାର୍ଗେଟ ଦେଇଥିଲା l ତେବେ ଜବାବରେ ଡମିନେଟର ଦଳ ୧୫ ଓଭରରେ ୧୩୩ ରନ କରି ସମସ୍ତ ଉଇକେଟ ହରାଇ ପରାସ୍ତ ହୋଇଥିଲା ।

ଅlରିୟନ ଟିମ ପକ୍ଷରୁ ପ୍ରକାଶ ନାୟକ 4୪୧ ବଲ ରେ ୭୭ ରନ କରି ମ୍ୟାନ ଅଫ ଦା ମ୍ୟାଚ ପୁରସ୍କାର ଗ୍ରହଣ କରିଥିଲେ l ଖେଳ ର ସମ୍ପୂର୍ଣ୍ଣ ଧାରା ବିବରଣୀ କେ.ପଙ୍କଜ ମହାକୁଡ଼ ଦେଇଥିବା ବେଳେ ଖେଳ ପରିଚାଳନା ଦାୟିତ୍ତ୍ୱ ରେ କାଜଲ ବେହେରା ଏବଂ ପ୍ରଦୀପ ଦାସ ଥିଲେ । ଏହି କାର୍ଯ୍ୟକ୍ରମ ଉଦଳା କ୍ରିକେଟ କ୍ଳବ ର ସଦସ୍ୟ ସାଗର କୁମାର ବେହେରା, ନଭେନ୍ଦୁ ମହାନ୍ତି, ମନୋଜ ବେହେରା, ପଙ୍କଜ ମlହାନା, ସୀତୁ ଦାସ, ହୃଷିକେଶ ଦାସ,ବେହେରା ପ୍ରମୁଖ ସହଯୋଗ କରିବା ସହ ଉଦଳା ପ୍ରିମିଓର ଲିଗର ଉପଦେଷ୍ଟା ଅମିତ ବେହେରା, ରଞ୍ଜନ କୁମାର ପାତ୍ର, ଡିକେନ୍ସ ବେହେରା, ହିରଣ୍ୟ ରାଉତ, କରୁଣାକର ଦେହୁରୀ ପ୍ରମୁଖ ଉପସ୍ଥିତ ରହିଥିଲେ l