ସଚିନଙ୍କ ରେକର୍ଡ ଭାଙ୍ଗିବେ ବିରାଟ କୋହଲି
ରୋହିତ ଶର୍ମାଙ୍କ ପିଲାଦିନର କୋଚ ଦିନେଶ ଲାଡ ଏହି ମ୍ୟାଚ ପାଇଁ ବିରାଟଙ୍କ ସମର୍ଥନରେ ବାହାରିଛନ୍ତି…
ନୂଆଦିଲ୍ଲୀ : ଭାରତୀୟ କ୍ରିକେଟର ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ବର୍ତ୍ତମାନ ସମୟର ସର୍ବଶ୍ରେଷ୍ଠ ବ୍ୟାଟସମ୍ୟାନ କୁହାଯାଏ । ସେ ଅନେକ ରେକର୍ଡ ଭାଙ୍ଗିଛନ୍ତି ଓ ଅନେକ ରେକର୍ଡ ପ୍ରତିଷ୍ଠା କରିଛନ୍ତି । ସେ ସମସ୍ତ ଫର୍ମାଟରେ ଦମଦାର ପ୍ରଦର୍ଶନ କରିବା ସହ ଦଳର ସଫଳତାରେ ଅନେକ ଯୋଗଦାନ ଦେଇଛନ୍ତ । ସେ ଗତ କିଛି ମାସ ହେଲା ଆଖିଦୃଶିଆ ପ୍ରଦର୍ଶନ କରିପାରିନାହାନ୍ତି । ନିକଟରେ ଶେଷ ହୋଇଥିବା ଆଇପିଏଲ ୨୦୨୨ରେ ଖରାପ ପ୍ରଦର୍ଶନ କରିଥିବା ବିରାଟ କୋହଲି ଇଂଲଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟରେ କମବ୍ୟାକ କରିବେ ବୋଲି ଆଶା କରାଯାଉଛି । ଏହାମଧ୍ୟରେ ରୋହିତ ଶର୍ମାଙ୍କ ପିଲାଦିନର କୋଚ ଦିନେଶ ଲାଡ ଏହି ମ୍ୟାଚ ପାଇଁ ବିରାଟଙ୍କ ସମର୍ଥନରେ ବାହାରିଛନ୍ତି ।
ସେ ଏକ ସାକ୍ଷାତକାର ଦେଇ କହିଛନ୍ତି ଯେ, ସବୁ କ୍ରିକେଟର ଦିନେ ନା ଦିନେ ଖରାପ ସମୟ ଦେଇ ଗତି କରିଥାନ୍ତି । ଏହାସହ ସଚିନ ତେନ୍ଦୁଲକରଙ୍କ ଶହେତମ ଶତକର ରେକର୍ଡ କୋହଲି ଭାଙ୍ଗନ୍ତୁ ବୋଲି କହିବା ସହ ସମର୍ଥନ ମଧ୍ୟ କରିଛନ୍ତି । ସଚିନ ନିଜ କ୍ୟାରିଅରର ଅନ୍ତ ୧୦୦ଟି ଶତକ ଲଗାଇ କରିଥିବା ବେଳେ କୋହଲି ଏବେ ସୁଦ୍ଧା ୭୦ଟି ଶତକ ଲଗାଇ ସାରିଛନ୍ତି ।