ପୁଣିଥରେ ଧନୀ ମୁକୁଟ ପିନ୍ଧିଲେ ଅମ୍ୱାନୀ

ଅମ୍ୱାନୀଙ୍କ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ସେୟାରରେ ୩.୨୨ ପ୍ରତିଶତ ବୃଦ୍ଧି ହୋଇଛି..

ନୂଆଦିଲ୍ଲୀ : ପୁଣିଥରେ ଏସିଆର ସବୁଠାରୁ ଧନୀ ମୁକୁଟ ପିନ୍ଧିଲେ ମୁକେଶ ଅମ୍ୱାନୀ । ଗୁରୁବାର ବିଶ୍ୱର ଟପ-୧୦ ବିଲେନେୟର ଲିଷ୍ଟ ପ୍ରକାଶ ପାଇଛି । ଏହି ଲିଷ୍ଟର ଷଷ୍ଠ ସ୍ଥାନରେ ରହିଛନ୍ତି ମୁକେଶ । ଫୋର୍ବ୍ସ ରିୟଲ ଟାଇମ ବିଲେନେୟର ଲିଷ୍ଟ ମୁତାବିକ ମୁକେଶଙ୍କ ସମ୍ପତ୍ତି ୩.୧ ଅରବ ଡର୍ଲା ବଢ଼ିଯାଇଥିବା ବେଳେ ଗୌତମ ଅଦାନୀଙ୍କ ସମ୍ପତ୍ତି ୧.୩ ଅରବ ଡଲାର ହ୍ରାସ ପାଇଥିଲା । ଯାହା ଫଳରେ ଅଦାନୀ ସପ୍ତମ ସ୍ଥାନକୁ ଖସି ଆସିଥିଲେ । ଅମ୍ୱାନୀଙ୍କ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ସେୟାରରେ ୩.୨୨ ପ୍ରତିଶତ ବୃଦ୍ଧି ହୋଇଛି । ଅନ୍ୟପଟେ ଅଦାନୀ ଗ୍ରୁପ୍‌ର କମ୍ପାନୀରେ ସେତେଟା ବୃଦ୍ଧି ଦେଖିବାକୁ ମିଳିନି ।