ଦେଶରେ ବଢୁଛି କରୋନା ଗ୍ରାଫ

ପ୍ରାୟ ୩ ମାସ ଭିତରେ ଏହା ସର୍ବାଧିକ ସଂକ୍ରମଣ ଚିହ୍ନଟ…

ନୂଆଦିଲ୍ଲୀ : ଦେଶରେ ପୁଣି ଉପରମୁହାଁ କରୋନା ଗ୍ରାଫ । ମେ ପ୍ରଥମ ସପ୍ତାହ ପରେ ଦୈନିକ ସଂକ୍ରମଣ ହାର ଖସି ଖସି ଆସୁଥିଲାବେଳେ ଜୁନ ମାସ ଆରମ୍ଭରୁ ପୁଣି ବଢ଼ି ଚାଲିଲା ଗ୍ରାଫ । ଗତ ୨୪ ଘଣ୍ଟାରେ ନୂଆ ୪ ହଜାର ୨୭୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପ୍ରାୟ ୩ ମାସ ଭିତରେ ଏହା ସର୍ବାଧିକ ସଂକ୍ରମଣ ଚିହ୍ନଟ ହୋଇଥିବାବେଳେ ୩୪ ଦିନ ପରେ ଦେଶର ଡେଲି ପଜିଟିଭିଟି ରେଟ ୧ ପ୍ରତିଶତ ଉପରକୁ ଯାଇଛି । ଗତ ୨୪ ଘଣ୍ଟାରେ ୧୫ ଆକ୍ରାନ୍ତଙ୍କ ଜୀବନ ଯାଇଛି । ସେହିପରି କେରଳରେ ସର୍ବାଧିକ ୧ ହଜାର ୪୬୫ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ, ମହାରାଷ୍ଟ୍ରରେ ଲଗାତାର ଚତୁର୍ଥ ଦିନ ଲାଗି ଡେଲି କେଶ ହଜାରେ ଉପରେ ରହୁଛି ।