ଭାରତ-ଇଂଲଣ୍ଡ ଶେଷ ତିନୋଟି ଟେଷ୍ଟରୁ ବିରାଟ, ଶ୍ରେୟାସ ବାଦ୍‌

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷରେ ଶେଷ ତିନୋଟି ଟେଷ୍ଟ ଖେଳିବା ପାଇଁ ଶନିବାର ଦିନ ଟିମ୍‌ ଇଣ୍ଡିଆରେ ସାମିଲ ୧୭ ଜଣ ଖେଳାଳୀଙ୍କ ନାମ ଘୋଷଣା କରାଯାଇଛି । ଟିମରେ ବିରାଟ କୋହଲି ଓ ଶ୍ରେୟସ ଅୟରଙ୍କୁ ସ୍ଥାନ ମିଳିନି । ରବିନ୍ଦ୍ର ଜାଡେଜା ଓ କେଏଲ୍‌ ରାହୁଲଙ୍କୁ ଟିମରେ ସାମିଲ କରାଯାଇଛି । ଜସପ୍ରୀତ ବୁମରାହ ଅନ୍ତିମ ତିନୋଟି ଟେଷ୍ଟ ଖେଳିବେ । ଶେଷ ତିନୋଟି ଟେଷ୍ଟ ରାଜକୋଟ୍‌, ରାଂଚି ଓ ଧର୍ମଶାଳାରେ ଅନୁଷ୍ଠିତ ହେବ ।

ବ୍ୟକ୍ତିଗତ କାରଣ ଦର୍ଶାଇ ବିରାଟ ପ୍ରଥମ ଦୁଇଟି ଟେଷ୍ଟ ଖେଳି ପାରିବେନି ବୋଲି ବିସିସିଆଇକୁ ଆଗୁଆ ଜଣାଇ ଦେଇଥିଲେ । ଏବେ ବିସିସିଆଇ ତାଙ୍କୁ ଶେଷ ତିନୋଟି ଟେଷ୍ଟରୁ ବାଦ୍‌ ପକାଇଛି । ଶେଷଥର ପାଇଁ ବିରାଟ ଆଫଗାନିସ୍ତାନ ବିପକ୍ଷରେ ୨୦୨୪ ଜାନୁଆରୀ ୧୭ ତାରିଖରେ ଖେଳିଥିଲେ ।

ଇଂଲଣ୍ଡ ବିପକ୍ଷରେ ଶେଷ ତିନୋଟି ଟେଷ୍ଟ ପାଇଁ ମନୋନୀତ ଖେଳାଳିମାନେ ହେଉଛନ୍ତି ରୋହିତ ଶର୍ମା (ଅଧିନାୟକ), ଯଶସ୍ୱୀ ଜୟସୱାଲ, ଶୁଭମନ ଗିଲ, କେଏଲ ରାହୁଲ, ରଜତ ପଟିଦାର,  ସରଫରାଜ ଖାନ, କେଏସ୍‌ ଭରତ (ୱିକେଟ୍‌ ରକ୍ଷକ), ଧ୍ରୁବ ଜୁରେଲ (ୱିକେଟ୍‌ ରକ୍ଷକ), ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ୍‌ ଅଶ୍ୱିନ, ଅକ୍ଷର ପଟେଲ, କୁଲଦୀପ ଯାଦବ, ୱାଶିଂଟନ ସୁନ୍ଦର, ଜସପ୍ରୀତ ବୁମରାହ, ମହମ୍ମଦ ସିରାଜ, ମୁକେଶ କୁମାର ଓ ଆକାଶ ଦୀପ ।