ଦୁବାଇ: ଇଂଲଣ୍ଡ ମହିଳା ଟିମ୍ର ପୂର୍ବତନ ବ୍ୟାଟସମ୍ୟାନ ସାରା ଟେଲର ଟି-୧୦ ଲିଗରେ ଅବୁଧାବି ଟିମ୍ର କୋଚିଂ ନିଯୁକ୍ତ ପାଇଛନ୍ତି । ଏହି ଟିମ୍ରେ ଗେଲଙ୍କ ଭଳି ବଡବଡ ଖେଳାଳି ରହିଛନ୍ତି । ଆସନ୍ତା ୧୯ ତାରିଖରୁ ଅବୁଧାବିରେ ଟି-୧୦ ଲିଗ ଆରମ୍ଭ ହେବ । ସେ ପ୍ରଥମଥର ପାଇଁ ପ୍ରାଞ୍ଚାଇଜ୍ କ୍ରିକେଟରେ କୌଣସି ପୁରୁଷ ଟିମର କୋଚ୍ ହୋଇଛନ୍ତି । ଏହି ନିଯୁକ୍ତି ପାଇ ଟେଲର ମଧ୍ୟ ବେଶ ଉତ୍ସାହିତ ହୋଇଛନ୍ତି । ସାରା ୨୦୦୬ରେ ଅନ୍ତର୍ଜାତୀୟ କ୍ରିକେଟରେ ଇଂଲଣ୍ଡ ପାଇଁ ଡେବ୍ୟୁ କରିଥିଲେ । ସେ ୧୦ଟି ଟେଷ୍ଟ, ୧୨୬ଟି ଦିନିକିଆ ଓ ୯୦ ଟି-୨୦ ମ୍ୟାଚ୍ ଖେଳିଛନ୍ତି ।