ମହିଳା ପ୍ରିମିୟର ଲିଗ: ଗୁଜରାଟ ଜାଏଂଟ୍‌ସକୁ ୫ ୱିକେଟରେ ହରାଇଲା ମୁମ୍ବାଇ ଇଣ୍ଡିଆନ୍ସ

ନୂଆଦିଲ୍ଲୀ: ମହିଳା ପ୍ରିମିୟର ଲିଗର ପ୍ରଥମ ଦୁଇଟି ମ୍ୟାଚ ଜିତିବା ପରେ ମୁମ୍ବାଇ ଇଣ୍ଡିଆନ୍‌ସର ଆତ୍ମବିଶ୍ୱାସ ପୂର୍ବ ତୁଳନାରେ ଆହୁରି ବଢ଼ିଯାଇଛି । ରବିବାର ବେଙ୍ଗାଲୁରୁର ଚିନାସ୍ୱାମୀ ଷ୍ଟାଡିୟମରେ ଅନୁଷ୍ଠିତ ମୁକାବିଲରେ ମୁମ୍ବାଇ ଇଣ୍ଡିଆନ୍‌ସ ଗୁଜରାଟ ଜାଏଂଟ୍‌ସକୁ ୫ ୱିକେଟରେ ପରାସ୍ତ କରିଛି ।

୧୨୭ ରନ୍‌ ପିଛା କରି ମୁମ୍ବାଇ ଇଣ୍ଡିଆନ୍‌ସ ବ୍ୟାଟିଂ ଆରମ୍ଭ କରିଥିଲା । ବେଦ କ୍ରିଷ୍ଣାମୂର୍ତିଙ୍କ ବଲରୁ ଗୋଟିଏ ରନ୍‌ ପାଇବା ଆଶାରେ ୟାସ୍ତିକା ଭାଟିଆ ରନ୍‌ ଆଉଟ୍‌ ହୋଇଥିଲେ । ପରେପରେ ହାଲୀ ମାଥିୟୁ ୧୧ଟି ବଲରୁ ୭ ରନ୍‌ କରି ଆଉଟ୍‌ ହୋଇଗଲେ ।

ଦଳଗତ ସ୍କୋର ୨୧ ସୁଦ୍ଧା ମୁମ୍ବାଇ ଇଣ୍ଡିଆନ୍‌ସ ଦୁଇଟି ୱିକେଟ୍‌ ହରାଇ ସାରିଥିଲା । କିନ୍ତୁ ନାଟ ସ୍କିଭର-ବ୍ରଂଟ ଓ ହରମନପ୍ରୀତ କୌର ଠିକ ବୁଝାମଣା ରକ୍ଷା କରି ଦଳକୁ ଜିତିବାର ଆଶା ଦେଖାଇଥିଲେ ।

ମୁମ୍ବାଇ ଇଣ୍ଡିଆନ୍‌ସ ପାଇଁ ୧୦ ଓଭରରେ ୬୨ ରନ୍‌ ଟାର୍ଗେଟ୍‌ ଥିଲା ବେଳେ କୌରଙ୍କ ଯୋଡ଼ିଦାର ଭାବେ ଉଭା ହୋଇଥିଲେ ଆମେଲିନା କେର । ଦୁହିଁଙ୍କ ବୁଝାମଣା ଠିକ ରହିବା ଫଳରେ ମୁମ୍ବାଇ ଇଣ୍ଡିଆନ୍‌ସ ୧୦ ଓଭରରେ ୬୬ ରନ୍‌ କରି ଜିତାପଟ ହାସଲ କରିଥିଲା ।