ଏଇ ମାସରେ ଆସିପାରେ ବାତ୍ୟା। ଏ ନେଇ ପୂର୍ବାନୁମାନ କରୁଛନ୍ତି ବିଭିନ୍ନ ମଡେଲ୍। ସେପ୍ଟେମ୍ବର ୨୦ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗର ଏବଂ ପାର୍ଶ୍ବବର୍ତ୍ତୀ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ଯାହା ପରବର୍ତ୍ତୀ ସମୟରେ ଆହୁରି ଘନୀଭୂତ ହୋଇ ଏକ ବାତ୍ୟାର ରୂପ ନେବା ସହ ଉତ୍ତର ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି। ଏହା ପୂର୍ବ ଉପକୂଳ ଆଡକୁ ଗତିକରି ଓଡ଼ିଶା-ଆନ୍ଧ୍ର ଉପକୂଳ ମୁହାଁ ହେବା ସହ ଓଡ଼ିଶା ପ୍ରଭାବିତ ହେବାର ସମ୍ଭାବନା।
ମୌସୁମୀ ବାୟୁ ପ୍ରବାହ ଦେଶର ବିଭିନ୍ନ ସ୍ଥାନରେ ଦୁର୍ବଳ ରହିଛି । ଉତ୍ତର-ପଶ୍ଚିମ ଭାରତରୁ ମୌସୁମୀ ଅପସାରଣ ପାଇଁ ପାଗ ଅନୁକୂଳ ରହିଛି ।ଗତ ୧୫ ଦିନ ଧରି ପଶ୍ଚିମ ରାଜସ୍ଥାନ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଆଦୌ ବର୍ଷା ନାହିଁ । ସମୁଦ୍ର ପୃଷ୍ଟ ତାପମାତ୍ରା ଯଥେଷ୍ଟ ଅଧିକ ରହୁଛି । ଉପର ଓ ତଳ ଭାଗରେ ବାୟୁ ଚଳାଚଳରେ ତରତମ୍ୟ କମ୍ ରହୁଛି ।ଏହା ଲଘୁଚାପକୁ ଘନୀଭୂତ କରାଇ ବାତ୍ୟାରେ ପରିଣତ କରିବାରେ ସହାୟକ ହୁଏ । ଏଣୁ ବାତ୍ୟା ହେବାର ସମ୍ଭାବନା ରହିଛି।