ଫେବୃଆରୀ ୧୦ରୁ ଆରମ୍ଭ ହେବ ପିଜି କ୍ଲାସ

ଭୁବନେଶ୍ୱର (ଏସ୍ ନ୍ୟୁଜ): ଫେବୃଆରୀ ୧୦ରୁ ଆରମ୍ଭ ହେବାକୁ ଯାଉଛି ପିଜି କ୍ଲାସ୍। ଆସନ୍ତା ୧୦ରୁ କ୍ଲାସ ଆରମ୍ଭ ହେବାକୁ ଥିବାରୁ ୮ରେ ହଷ୍ଟେଲ ଖୋଲିବ । କିନ୍ତୁ ଉଭୟ ସ୍କୁଲ, ହଷ୍ଟେଲରେ କୋଭିଡ ଗାଇଡଲାଇନକୁ କଡ଼ାକଡ଼ି ପାଳନ କରାଯିବ।

ୟୁଜି ୩ୟ ସେମିଷ୍ଟର ଓ ୫ମ ସେମିଷ୍ଟର ପରୀକ୍ଷା ଏପ୍ରିଲ ୧୯ରୁ ଆରମ୍ଭ ହୋଇ ୩୦ ଏପ୍ରିଲ ଯାଏ ଚାଲିବ। ମେ ୩୧ ସୁଦ୍ଧା ରେଜଲ୍ଟ ପ୍ରକାଶ ପାଇବ । ସେହିପରି ପିଜି ପ୍ରଥମ ସେମିଷ୍ଟର ପରୀକ୍ଷା ଜୁନ୍ ୭ରୁ ଜୁନ୍ ୧୯ ଯାଏ ଚାଲିବ। ପିଜି ପ୍ରଥମ ସେମିଷ୍ଟର ରେଜଲ୍ଟ ଜୁଲାଇ ୨୦ ସୁଦ୍ଧା ପ୍ରକାଶ ପାଇବ ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ।

କରୋନା କୋପ ଯୋଗୁ ଦୀର୍ଘ ୧୦ ମାସ ହେବ ସ୍କୁଲରେ ଶିକ୍ଷା ଦାନ ଏକ ପ୍ରକାର ଠପ୍‌ ହୋଇପଡ଼ିଥିଲା। ଏବେ ସ୍ଥିତି ସାମାନ୍ୟ ହେଉଥିବା ବେଳେ ଟ୍ରାକ୍‌କୁ ଫେରୁଛି ପିଲାଙ୍କ ପାଠପଢ଼ା। ପୂର୍ବରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ୍ ଖୋଲିସାରିଥିବା ବେଳେ ଆଉ କିଛି ଦିନ ପରେ ନବମ ଓ ଏକାଦଶ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ୍ ଖୋଲାଯିବ। ଗତକାଲିଠୁ ରାଜ୍ୟରେ ଅଙ୍ଗନବାଡ଼ି କେନ୍ଦ୍ର ଖୋଲି ସାରିଛି।