ନୂଆଦିଲ୍ଲୀ :କେନ୍ଦ୍ରର ତିନି କୃଷି ଆଇନକୁ ବିରୋଧ କରି ଚାଷୀଙ୍କ ତିନି ଘଣ୍ଟିଆ ଚକା ଜାମ ଆରମ୍ଭ ହୋଇଛି। ମଧ୍ୟାହ୍ଣ ୧୨ଟାରୁ ୩ଟା ଯାଏ ୪୦ଟି କୃଷକ ସଂଗଠନକୁ ନେଇ ଗଠିତ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଏହି ଚକାଜାମ୍ ଡାକରା ଦିଆଯାଇଛି । ଏହାକୁ ଦୃଷ୍ଟିରେ ରଖି ରାଜଧାନୀ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଛି। ଗାଜିପୁର ସୀମରେ ପୁଲିସ ୧୨ ଥାକିଆ ବ୍ୟାରିକେଡ କରିଛି। ସେପଟେ ସୁରକ୍ଷାକୁ ଦୃଷ୍ଟିରେ ରଖି ଲାଲ କିଲ୍ଲା, ଜାମା ମସଜିଦ ସମେତ ୧୦ଟି ମେଟ୍ରୋ ଷ୍ଟେସନକୁ ବନ୍ଦ ରଖାଯାଇଛି। ଡ୍ରୋନ ସାହାଯ୍ୟରେ ପୁରା ଦିଲ୍ଲୀ ଏବଂ ବିଭିନ୍ନ ସୀମରେ ନଜର ରଖଯାଇଛି। ଏଥିସହ ୫୦ ହଜାର ସୁରକ୍ଷାକର୍ମୀ ନିୟୋଜିତ ଅଛନ୍ତି।
ଅପରପକ୍ଷରେ ଚକାଜାମ୍ ପ୍ରସଙ୍ଗରେ ଦିଲ୍ଲୀ, ଉତ୍ତର ପ୍ରଦେଶ ଓ ହରିୟାଣାର ପୁଲିସ୍ ଅଧିକାରୀ କୃଷକ ନେତାଙ୍କ ସହ ଆଲୋଚନା କରିଛନ୍ତି। ଏହି ସମୟରେ ଯେମିତି କିଛି ଅପ୍ରୀତିକର ପରିସ୍ଥିତି ନ ଉପୁଜେ ସେଥିପ୍ରତି ପୁଲିସ ପ୍ରଶାସନ ସତର୍କତା ଅବଲମ୍ବନ କରୁଛନ୍ତି। ସିଙ୍ଘୁ, ଟିକ୍ରି ଓ ଗାଜିପୁର ସୀମାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
Prev Post