ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଲେ କୋଭାକ୍ସିନ ଟିକା

ଭୁବନେଶ୍ୱର (ଏସ୍ ନ୍ୟୁଜ): ଆଜି କୋଭିଡ୍-୧୯ ଟିକାର ପ୍ରଥମ ଡୋଜ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭା ପରିସରରେ ଥିବା ଡିସପେନସେରିରେ ନେଇଛନ୍ତି । ସେ ଆଜି ସକାଳ ୧୦ଟା ୪୫ ମିନିଟ ସମୟରେ ବିଧାନସଭା ପରିସରରେ ଥିବା ଡିସପେନସେରିରେ ପହଞ୍ଚିଥିଲେ । ସେଠାରେ ସେ ପ୍ରଥମେ କରୋନା ଟିକା ନେଇଥିଲେ । ଏହାପରେ ଅନ୍ୟ ବିଧାୟକମାନେ ଟିକା ନେବେ ବୋଲି ଜଣାଯାଇଛି ।