ଆଠଗଡ଼(ଏସ୍ ନ୍ୟୁଜ): ପ୍ରସିଦ୍ଧ ମହା ଶିବରାତ୍ରୀ ପର୍ବ ଆସନ୍ତା ୧୧ ତାରିଖରେ ପାଳିତ ହେବ । ଚଳିତ ବର୍ଷ ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ଠାରେ ଜାଗର ଯାତ୍ରାରେ କରୋନା କଟକଣାକୁ ଆଖି ଆଗରେ ରଖି ୧୪୪ ଧାରା ଲାଗୁ ହେବ । ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଆଠଗଡ଼ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। କେବଳ ପୀଠରେ ପୂଜକମାନଙ୍କ ଦ୍ୱାରା ନୀତିକାନ୍ତି କରାଯାଇ ରାତି ୧୨ଟା ପରେ ଉଠିବ ମହାଦୀପ। ଆସନ୍ତା ୧୧ ତାରିଖ ସକାଳ ୬ଟାରୁ ୧୨ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ଏହି ୧୪୪ ଧାରା ବଳବତ୍ତର ରହିବ । ଆୟୋଜିତ ବୈଠକରେ ଆଠଗଡ ଉପଜିଲ୍ଲାପାଳ, ପୂଜକ ସମିତି ସଭାପତି, ସଂପାଦକ, ଚୌଦ୍ବାର SDPOଙ୍କ ସହ ସ୍ଥାନୀୟ ସରପଞ୍ଚ ପ୍ରମୁଖ ଯୋଗ ଦେଇଥିଲେ ।